Odisha news

ପ୍ରତିରକ୍ଷା  ଯିବେ ମସ୍କୋ ହେଲେ ଚୀନ ନେତାଙ୍କୁ ଭେଟିବେ ନାହିଁ

0

ନୂଆଦିଲ୍ଲୀ, ୧୯ ଜୁନ :  ଆଗାମୀ ୨୪ ଜୁନ୍ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ତମ ବିଜୟ ଦିବସ ପରେଡରେ ଯୋଗଦେବା ପାଇଁ ମସ୍କୋ ଯିବେ । ସେ ସେଠାରେ ରୁଷର ବରିଷ୍ଠ ନେତୃବୃନ୍ଦ ତଥା ଅନ୍ୟ ଦେଶର ନେତାମାନଙ୍କୁ ଭେଟିବେ କିନ୍ତୁ ଚୀନ୍?ର ନେତା ମାନଙ୍କୁ ଭେଟିବେ ନାହିଁ ।ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ତିନିଜଣ ସଶସ୍ତ୍ର ବାହିନୀର ଜଣେ ବରିଷ୍ଠ ଅଧିକାରୀ ଯୋଗଦେବେ । ରାଜନାଥ ସିଂ ପୂର୍ବରୁ କେବଳ ୨୨ ଜୁନ୍ ରେ ଏହି ଯାତ୍ରାକେ ଯିବାର ଥିଲା ହେଲେ ଏବେ ସେ ଗୋଟିଏ ଦିନ ପୂର୍ବରୁ ଯିବେ । ବିଜୟ ଦିବସ ପରେଡରେ ଭାଗ ନେବାକୁ ଭାରତ ସମସ୍ତ ତିନୋଟି ସଶସ୍ତ୍ର ବାହିନୀର ୭୫ ଜଣ ସୈନିକଙ୍କୁ ମଧ୍ୟ ପଠାଇବ ବୋଲି ଜଣା ପଡିଛି ।

Leave A Reply