Odisha news

ଭାରତ- ନେପାଳ ସମ୍ପର୍କ ‘ରୋଟି-ବେଟି’ର , କୌଣସି ଶକ୍ତି ଭାଙ୍ଗିପାରିବେନି: ରାଜନାଥ ସିଂହ

0

ଦେହରାଡୁନ୍‌, ୧୫ ଜୁନ୍ : ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କ ‘ରୋଟି-ବେଟି’ ଅଟେ । ଦୁନିଆର କୌଣସି ଶକ୍ତି ଏହି ସମ୍ପର୍କକୁ ଭାଙ୍ଗି ପାରିବ ନାହିଁ । ମୁଁ ଆତ୍ମବିଶ୍ୱାସରେ କହିବାକୁ ଚାହେଁ ଯେ ନେପାଳ ବିଷୟରେ ଭାରତୀୟଙ୍କ ମନରେ କୌଣସି ପ୍ରକାରର ତିକ୍ତତା ସୃଷ୍ଟି ହୋଇପାରିବ ନାହିଁ । ଆମ ସହିତ ନେପାଳର ଏତେ ଗଭୀର ସମ୍ପର୍କ ଅଛି । ଆମେ ଏହି ସମସ୍ତ ସମସ୍ୟାର ସମାଧାନ କରିବୁ ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।ରାଜନାଥ ସିଂହ ସୋମବାର ‘ଉତରାଖଣ୍ଡ ଜନ ସମ୍ବାଦ’ ଭର୍ଚୁଆଲ ରାଲିରେ ସମ୍ବୋଧିତ କରି କହିଛନ୍ତି ଯେ ସୀମାନ୍ତ ସଡକ ସଂଗଠନ (ବିଆରଓ) ଲିପୁଲେଖ ପର୍ଯ୍ୟନ୍ତ ଏକ ଲିଙ୍କ୍ ରୋଡ୍ ନିର୍ମାଣ କରି ମାନସରୋବର ପାଇଁ ଏକ ନୂତନ ମାର୍ଗ ଖୋଲିଛି । ମାନସରୋଭାର ଯାତ୍ରା ବର୍ତମାନ ପ୍ରଥମ ଯାତ୍ରା ଠାରୁ ୬ ଦିନ କମ୍ ସମୟ ନେବ ।ପୂର୍ବରୁ ମାନସରୋଭରକୁ ଯାଉଥିବା ଯାତ୍ରୀମାନେ ସିକ୍କିମର ନାଥୁଲା ମାର୍ଗ ଦେଇ ଯାଉଥଲେ, ଯାହାକି ଅଧିକ ସମୟ ନେଇଥଲା ।

Govt
Leave A Reply