ରାଜନଗର : ଗହୀରମଥା ସାମୁଦ୍ରିକ ନିସିଧାଞ୍ଚଳ ରେ ବେଆଇନ ଭାବେ ମାଛ ମାରୁଥିବା ବନବିଭାଗ ର ପାଟ୍ରୋଲିଂ ଟିମ ଗୋଟିଏ ଟ୍ରଲର ଜବତ କରିବା ସହ୮ଜଣ ମତ୍ସଜୀବୀ ଙ୍କୁ ଗିରଫ କରିଛି।ରେଞ୍ଜଅଫିସର ମାନସ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ନବୀନ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବନବିଭାଗ ର ପେଟ୍ରୋଲିଂ ଟିମ ସାତଭାୟା ଠାରୁ୫କିଲୋମିଟର ଦୂରରେ ହରେକୃଷ୍ଣ ନାମକ ଟ୍ରଲର କୁ ଜବତ କରିଥିଲେ।ଟ୍ରଲର ରୁ ଆନୁମାନିକ୧କୁଇଣ୍ଟାଲ ମିଶାମିଶି ସାମୁଦ୍ରିକମାଛ,୨ଟି ଜିପିଏସ, ଗୋଟିଏ ଭିଏଚଏଫ, ଗୋଟିଏ ଫିଷ ଫାଇଣ୍ଡର,୧୨ଟି ଜାଲ ଜବତ କରିଥିଲେ।ଗିରଫ ମତ୍ସଜୀବୀ ଙ୍କୁ ବନ୍ୟପ୍ରାଣୀ ଆଇନ୧୯୭୨ଧାରା୨୭,୨୯,୩୧ଓ୫୧ଆକ୍ଟ ରେ ମାମଲା ରୁଜୁ କରାଯାଇକୋର୍ଟ ଚାଲାଣ କରାଯାଇଛି।ସୂଚନାଯୋଗ୍ୟ ବନବିଭାଗ ର ସ୍ଵତନ୍ତ୍ର ସରକାରୀ ଓକିଲ କଳାକର ରାଉତ ଗିରଫ ମତ୍ସଜୀବୀ ମାନଙ୍କ ପକ୍ଷରୁ କୋର୍ଟ ରେ ଆଗତ ବେଲ ପିଟିସନ କୁ ବିରୋଧ କରିବାରୁ ତାହା ନାକଚ ହୋଇ ଯାଇଥିଲା।ଯାହାଫଳରେ ଗିରଫ ମତ୍ସଜୀବୀ ମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
