Odisha news

ଧରାପଡ଼ିଲା ମାଛମରା ଟ୍ରଲର, ୧୪ ଗିରଫ : ନିଷିଦ୍ଧାଞ୍ଚଳ ମଧ୍ୟରେ ଟୁସିଲିଣ୍ଡର ଗିଲ୍ ନେଟ୍‌ରରେ ଧରୁଥିଲେ ମାଛ

0

ରାଜନଗର  (୧୯ା୧୨): କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବେଆଇନ୍ ଭାବେ ମାଛ ମାରୁଥିବାବେଳେ ବନବିଭାଗ ପାଟ୍ରୋଲିଂ ଟିମ୍ ଗୋଟିଏ ଟୁସିଲିଣ୍ଡର ଗିଲ୍ ନେଟର ସହ ଗୋଟିଏ ଟ୍ରଲରକୁ ଜବତ କରିବା ସହ ୧୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଗହୀରମଥା ରେଞ୍ଜ ଅଫସର ମାନସ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ସୁରେଶଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ୍ ବିରଳ କଇଁଛଙ୍କ ସୁରକ୍ଷା ପାଇଁ ପଇଁତରା ମାରୁଥିବା ସମୟରେ ନିଶିଦ୍ଧାଞ୍ଚଳ ମଧ୍ୟରେ ବେଆଇନ୍ ଭାବେ ମାଛ ମାରୁଥିବା ମା ଦଶଭୂଜା ନାମକ ୨ ସିଲିଣ୍ଡର ଗିଲ୍ ନେଟର ଓ ନାଗେଶ୍ୱରୀ -୬ ନାମକ ଟ୍ରଲରକୁ ଜବତ କରିବା ସହ ଏଥିରେ ଥିବା ଅମଳ ମଣ୍ଡଳ, ବିଶୁ ସରକାର, ଭବତୋଷ ବୁର୍ମନ, ଖୋକନ ମଣ୍ଡଳ, ଅନୁପମ ମଣ୍ଡଳ, ନିରଞ୍ଜନ ମଲ୍ଲିକ, ସୁବାଷ ମଳିକ, ଗୋବିନ୍ଦ ମଳିକ, ଗଜେନ୍ଦ୍ର ମଳିକ, ଅଲେଖ ମଳିକ, ବାବାଜୀ ମଳିକ, ସୁରଥ ମଳିକ, ମହେଶ୍ୱର ମଳିକ, ଟୁକୁ ମଳିକ ଆଦି ୧୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି ।

ଜବତ ୨ ସିଲିଣ୍ଡର ଗିଲ୍ ନେଟରରୁ ୧୨ କେଜି ମାଛ ଜବତ କରାଯିବା ସହ ଗୋଟିଏ ଜିପିଏସ୍‌, ଗୋଟିଏ ଭିଏଚ୍‌ଏଫ୍ ଆନୁମାନିକ ୧୦୦୦ ମିଟର କଣି ନେଟ୍ ଏବଂ ନାଗେଶ୍ୱରୀ- ୬ ନାମକ ଟ୍ରଲରରୁ ଗୋଟିଏ ଜିପିଏସ୍‌, ଗୋଟିଏ ଭିଏଚ୍‌ଏଫ୍‌, ଗୋଟିଏ ଫିସ୍ ଫାଇଣ୍ଡର, ୧୧ ଗୋଟି ଟଲିଂ ନେଟ୍‌, ୯ କ୍ୱୁଣ୍ଟାଲ ମିଶାମିଶି ସାମୁଦ୍ରକି ମାଛ ଜବତ କରାଯାଇଛି । ଗିରଫ ମତ୍ସ୍ୟଜୀବୀଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନ୍ ୧୯୭୨ ଧାରା ୨୭, ୨୯, ୩୧ ଓ ୫୧ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଶିଦ୍ଧାଞ୍ଚଳ ମଧ୍ୟରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ।

Nalco
Leave A Reply