Odisha news

ସ୍ବୟଂ ସହାୟକ ଗୋଷ୍ଠୀର ବ୍ଲକ ସ୍ତରୀୟ ସମନ୍ବୟ ମେଳା

0
ରାଜନଗର୦୪|୦୨ :କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ବ୍ୟାଙ୍କ ଅଫ ବରୋଦା ଶାଖା ପରିସରରେ ସ୍ବୟଂ ସହାୟକ ଗୋଷ୍ଠୀର ବ୍ଲକ ସ୍ତରୀୟ ସମନ୍ବୟ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ରାଜନଗର ବ୍ଲକ ଜୀବିକା ମିଶନର ପ୍ରୋଜେକ୍ଟ ମ୍ୟାନେଜର ରଶ୍ମିରଞ୍ଜନ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସମନ୍ବୟ ମେଳାରେ ମୁଖ୍ଯ ଅତିଥି ଭାବରେ ବ୍ୟାଙ୍କ ଅଫବରୋଦା ଭୁବନେଶ୍ବର-୨ର କ୍ଷେତ୍ରୀୟ ପ୍ରବନ୍ଧକ ଅନମୟ କୁମାର ମିଶ୍ର ଯୋଗଦେଇ ସମନ୍ବୟ ମେଳା ୧୦୧ ଟି ଗୋଷ୍ଠୀକୁ ୧କୋଟି ୬୦ଲକ୍ଷ ଟଙ୍କା ପାଇନାନ୍ସ କରିଛୁ ବୋଲି କହିବା ସହ ଷ୍ଟାଣ୍ଡ ଅଫ ଇଣ୍ଡିଆ ସ୍କିମରେ ମହିଳା ଅଂଶିଦାର ଥିବା ଜଣେ ମହିଳାଙ୍କୁ ୧୦ଲକ୍ଷ ୫୦ହଜାର ଟଙ୍କା ଫର୍ଣ୍ଣିଚର ଦୋକାନ କରିବା ପାଇଁ ଋଣ ଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ମେଳାରେ ବ୍ୟାଙ୍କ ଅଫ ବରୋଦା ପ୍ରାୟୋରିଟ ସେକ୍ଟର ମୁଖ୍ଯ ଭୁବନେଶ୍ବର-୨ର ଧନଞ୍ଜୟ ବସ୍ତିଆ,ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଅଧିକାରୀଣି ଭୁବନେଶ୍ବର-୨ର ପ୍ରଜ୍ଞା ପ୍ରଧାନ,ଅଶୋକ କୁମାର ଆଚାର୍ଯ୍ଯ ଡିଜିଏମ ନାବାର୍ଡ କେନ୍ଦ୍ରାପଡା,ବ୍ୟାଙ୍କ ଅଫ ବରୋଦା ଚାନ୍ଦିବାଉଁଶମୂଳ ଶାଖା ପରିଚାଳକ ସୁଧାଂଶୁ ଦାସ,ବ୍ୟାଙ୍କ ଅଫ ବରୋଦା ହାତୀନା ଶାଖା ପରିଚାଳକ ସୌମ୍ଯ ରଞ୍ଜନ ରାଉତ,ବ୍ୟାଙ୍କ ଅଫ ବରୋଦା କେରେଡାଗଡ ଶାଖା ପରିଚାଳକ ତାପସ ସେଠୀ,ଏମ ଏମ ମିତ୍ରା ଏଲ ଡି ଏମ କେନ୍ଦ୍ରାପଡା,ରାଜନଗର ବ୍ଲକ ମିଶନ ଶକ୍ତିର ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକା ସାଗରିକା ମଲ୍ଲିକ ପ୍ରମୁଖ ଯୋଗଦେଇ ଋଣର ସଠିକ ବିନିଯୋଗ ସହିତ ମିଶନ ଶକ୍ତିର ଲକ୍ଷ୍ୟ, ଉଦ୍ଦେଶ୍ଯ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ଏହି ସମନ୍ବୟ ମେଳାର ଆୟୋଜନ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ବ୍ୟାଙ୍କ ଅଫ ବରୋଦା କେରେଡାଗଡ, ବ୍ୟାଙ୍କ ଅଫ ବରୋଦା ହାତୀନା ଓ ବ୍ୟାଙ୍କ ଅଫ ବରୋଦା ଚାନ୍ଦିବାଉଁଶମୂଳ ଏହି ୩ଟି ଶାଖାର ମିଳିତ ଉଦ୍ୟମରେ ଚାନ୍ଦିବାଉଁଶମୂଳ ଶାଖା ପରିସରରେ ଏହି ସମନ୍ବୟ ମେଳା ଅନୁଷ୍ଠିତ ହୋଇଥିଲା । କାର୍ଯ୍ଯକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ ।
Leave A Reply