Odisha news

ଧାନ ପଲ୍ଲାରେ ନିଆଁ ଲାଗିଯିବାରୁ ଶିଶୁ କନ୍ୟା କ୍ରିଷ୍ଣା ଜୀବନ୍ତ ଦଗ୍ଧ : ୩ଗୁରୁତର

0

ରାଜନଗର୨୯|୦୧ ; କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତର ମଗରକନ୍ଦାରେ ଘଟିଛି ଅଭାବନୀୟ ଘଟଣା । ରମାକାନ୍ତ ସାଉଁତି ପରିବାର ସହିତ ମଗରକନ୍ଦାରେ ଚାଷ ଜମି ନିକଟରେ ଏକ ଧାନଖଳାରେ ରହି ଧାନ ଅମଳ କରୁଥିଲେ । ଗତକାଲି ରାତିରେ ପତ୍ନୀ କୁନୀରାଣୀ ସାଉଁତି ଓ ଦୁଇ ଝିଅ ରିଙ୍କୁନି ଓ କ୍ରିଷ୍ଣା ଶୋଇଥିବା ସମୟରେ ସ୍ବାମୀ ରମାକାନ୍ତ ଧାନ ଖାଉଥିବା ଷଣ୍ଢକୁ ହୁରୁଡାଇବାକୁ ଯାଇଥିଲେ । ହଠାତ ଦୁଇ ଝିଅ ଓ ମା ସୋଇଥିବା ପଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ରମାକାନ୍ତ ଷଣ୍ଢ ହୁରୁଡାଉଥିବା ସମୟରେ ଅଗ୍ନିକାଣ୍ଡ ଦେଖି ପାଖ ଆଖ ଲୋକଙ୍କୁ ଡାକ ପକାଇବା ସହ ନିଜର ଦୁଇ ଝିଅ ଓ ପତ୍ନୀକୁ ଉଦ୍ଧାର କରିବାକୁ ଚେଷ୍ଟାକରିଥିଲେ । ପତ୍ନୀ କୁନିରାଣୀ ଓ ବଡ଼ଝିଅ ଝିଅ ରିଙ୍କୁନି ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ବର୍ଷର ସାନ ଝିଅ କ୍ରିଷ୍ଣା ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଉଦ୍ଧାର ସମୟରେ ରମାକାନ୍ତ ମଧ୍ଯ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି । ରମାକାନ୍ତ, କୁନୀରାଣୀ ଓ ରିଙ୍କୁନି ବିଳମ୍ବିତ ରାତ୍ରିରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବା ପରେ ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଜୀବନ୍ତ ଦଗ୍ଧ ୩ ବର୍ଷର ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ ପାଇଁ ସରସ୍ବତୀ ସାଉଁତି ରାଜନଗର ଥାନାରେ ଆବେଦନ କରିଥିବା ସୂଚନା ମିଳିଛି । ଉଲ୍ଲେଖ ଯୋଗ୍ଯ ରମାକାନ୍ତ ସାଉଁତିଙ୍କ ଘର ଓକିଲପାଳ ଗ୍ରାମରେ ବୋଲି ଜଣାପଡିଛି । ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply