ରାଜନଗର : ରାଜନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମାନସିକ ଆଘାତ ଓ ଦୁର୍ବ୍ୟବହାର କରୁଛନ୍ତି । ବିଭିନ୍ନ ସମୟରେ ସିଡିପିଓ ଦୁର୍ବ୍ୟବହାର କରି ଆସୁଛନ୍ତି । ତୁମ ମାନଙ୍କର ଚାକିରୀ ଖାଇବି, ତୁମ ମାନଙ୍କ ନାଁରେ ମିଥ୍ୟା କେସ କରିବି ଏବଂ ବନ୍ଧେଇବି । ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟର ଅନିୟମିତତା କରିବାକୁ ବାଧ୍ୟ କରୁଛନ୍ତି । ଏହା ଆମକୁ ମାନସିକ ଆଘାତ ଦେଉଅଛି । ବର୍ତମାନର ସିଡିପିଓଙ୍କ ନିକଟରେ କାର୍ଯ୍ୟ କରିବା ସମ୍ଭବ ନୁହେଁ । ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ ସହ ସିଡିପିଓଙ୍କ ସମୟରେ ହୋଇଥିବା ସମସ୍ତ କାର୍ଯ୍ୟର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ନିବେଦନ କରୁଛୁ । ଆମ୍ଭ ମାନଙ୍କର ଜୀବନ ଓ ଜୀବିକା ପ୍ରତି ବିପଦ ରହିଛି । ୭ଦିନ ଭିତରେ ଆମ୍ଭମାନଙ୍କୁ ନ୍ୟାୟ ପ୍ରଦାନ ସହିତ ସିଡିପିଓଙ୍କୁ ଅନ୍ୟତ୍ର ବଦଳି କରିବାକୁ ଆମ୍ଭେମାନେ ଦାବୀ କରୁଛୁ । ରାଜନଗର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ବିଜୟା ଲଷ୍ମୀ ସ୍ୱାଇଁ,ସଂଧ୍ୟାରାଣୀ ବେହେରା, ମିନତୀ ମିଶ୍ର, ସୁଲୋଚନା ରାଉତ, ଶୈଳପ୍ରଭା ସ୍ୱାଇଁ, ଶଶିରେଖା ତରାଇ, ରଜନୀକାନ୍ତ ରାଉଳଙ୍କ ସମେତ ପୋଷଣ ବ୍ଲକ ସଂଯୋଜକ ଶଶଧର ପୃଷ୍ଟି, ମୁଖ୍ୟ କିରାଣୀ ପ୍ରଦୀପ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଆଜି ଲିଖିତ ଭାବେକେନ୍ଦ୍ରାପଡାଜିଲ୍ଲାପାଳଙ୍କୁଭେ ଟିବାକୁ ଯାଇ ନ ପାଇବାରୁ ତାଙ୍କ ଡାକରେ ଦାବିପତ୍ର ଦେଇଥିବା ଜଣାପଡିଛି। ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀଙ୍କକାର୍ଯ୍ୟାଳୟ ରେ ଲିଖିତ ଭାବେ ଜଣାଇଛନ୍ତି । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି । ଏ ସଂପର୍କରେ ସିଡିପିଓ ସନ୍ତୋଷିନୀ ଭୋଇଙ୍କୁ ପଚାରିବାରୁ । ପୂର୍ବରୁ ସିଡିପିଓ ମାନଙ୍କୁ ଧମକଚମକ ଦେଇ ରାଜ କରୁଥିଲେ, ମୋତେ ସେମିତି ଭାବୁଥିଲେ, ତାହା ସମ୍ଭବ ନହେବାରୁ ମୋ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ।ସିଡ଼ିପିଓ ଏବଂ ସୁପରଭାଇଜର ଙ୍କ ମଧ୍ୟରେ ବିବାଦ ଏବେ ଉଗ୍ରରୂପ ଧାରଣ କରିଛି। ଜ଼ିଲ୍ଲା ପ୍ରଶାସନ ଉକ୍ତ ଘଟଣାର ତୁରନ୍ତ ସମାଧାନ କରିବା ଆବଶ୍ୟକ ହୋଇପଡିଛି। ବେଳହୁଁ ସାବଧାନ ନ ହେଲେ ଲେଡିଗୁଡ କହୁଣିକୁ ବହିବା ସାର ହେବ।
