Odisha news

ପ୍ରମୋଦ ଉଦ୍ୟାନ ଓ ପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ

0

ରାଜନଗର୦୪|୦୧:କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତିନା ଗ୍ରାମପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ହାତିନା ଗ୍ରାମପଞ୍ଚାୟତର ପ୍ରମୋଦ ଉଦ୍ୟାନର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ରାଜନଗର ବିଧାୟକ ଦୁଇଗୋଟି କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ପରେ ପରେ ଏହି ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । ହାତିନା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀକାନ୍ତ କୁମାର ପ୍ରଧାନ ସଭାରେ ଅଧ୍ଯକ୍ଷତା କରିଥିଲେ ।

ମୁଖ୍ଯ ଅତିଥିଭାବରେ ରାଜନଗର ବିଧାୟକ ଓ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀ, ମଣ୍ଡଳ ଉନ୍ନୟନ ଅଧିକାରୀ ମନ୍ଦରଧର ମାହାଲିକ, ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତୀହାରୀ,ସମିତି ସଭ୍ଯ ପ୍ରଦୀପ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ସମସ୍ତଙ୍କ ସହଯୋଗରେ ଆପଣମାନଙ୍କ ପଞ୍ଚାୟତ ଏକ ନମ୍ବର ପଞ୍ଚାୟତ ହେଉ, ମୋ ସରକାର ଓ ବିକାଶ ପ୍ରକ୍ରିୟା କଥା,ଟିମ୍ ୱାର୍କ ମାଧ୍ୟମରେ କାମକରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଳଧର ବେହେରା,ପଞ୍ଚାୟତ କାର୍ଯ୍ଯ ନିର୍ବାହି ଅଧିକାରୀ ସୁକୁମାର ମଣ୍ଡଳ,ୱାର୍ଡ ସଭ୍ଯ ସନ୍ୟାସି ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

IEC 2 years
Leave A Reply