Odisha news

ଧ୍ରୁବ, ଅଂଶୁମାନଙ୍କ ପାଇଁ ପ୍ରଚାର କଲେ ଅଭିନେତ୍ରୀ ଏଲିନା

0
ରାଜନଗର, ୨୪/୫  ଚଳିତ ସାଧାରଣ ନିର୍ବ।ଚନ ପାଇଁ ରାଜନଗର ଅଞ୍ଚଳ ଉଠୁଛି ପଡୁଛି । ରାଜନଗର ନିର୍ବ।ଚନମଣ୍ଡଳୀରେ ନିର୍ବ।ଚନୀ ଉଷ୍ମତା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ନିର୍ବ।ଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଯୋରଦାର କରିଛନ୍ତି। ଶୁକ୍ରବାର  ରାଜନଗର      ନିର୍ବ।ଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡା ସଂସାଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଙ୍କ ପାଇଁ ଅଭିନେତ୍ରୀ ଏଲିନା ଦାଶ ପ୍ରଚାରର ମଙ୍ଗ ଧରିଛନ୍ତି ।ରାଜନଗର ବ୍ଲକ ଇଶ୍ୱରପୁର ପଂଚାୟତର ରିଘାଗଡ, ଇଶ୍ୱରପୁର, ଦିଘି, ଜମ୍ବୁସାଗର, ମଧୁପୁର, ତଅଁଳାକୋଲ୍ଲା, ଶିଳପୋଖରୀ, ନୂଆଖୁଂଟା, ବଳଭଦ୍ରପୁର, ଜୁନୁସନଗର ପ୍ରଭୃତି ଗ୍ରାମ ଗୁଡିକ ବୁଲିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହୀତକର ଯୋଜନା ଏବଂ ତାଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରି କରିବା ପାଇଁ ଘରକୁ ଘର ବୁଲି ଡବଲ ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ମହିଳା ବିଜେଡି ସଭାନେତ୍ରୀ ରଶ୍ମୀରଂଜିତା ସ୍ୱାଇଁ, ସରପଂଚ ସୁରେଖା ପ୍ରଧାନ, ଶଶିକଳା ବେହେରା, ଘଡିଆମାଳ ସମିତିସଭ୍ୟା ରୁଚିସ୍ମିତା ନାୟକ, ଶୁଭ୍ରକା‘ ଭ୍ରମରରାୟ, ମୋହନ ଚନ୍ଦ୍ର ବିଶ୍ୱାଳ, ହୃଷିକେଶ ପ୍ରଧାନ, ମଧୁସୂଦନ ଜେନା, ରୁଦ୍ର ନାରାୟଣ ପ୍ରଧାନ, ସନାତନ ଲେଙ୍କା, ଭରତ ଚନ୍ଦ୍ର ଦାସ, ରମାକା‘ ଭ୍ରମରରାୟ, କଳ୍ପତରୁ ବେହେରା, ଦିପ୍ତିମୟୀ ଦାସ,  ହୃଷିକେଶ ବେହେରା, ଅଭିମନ୍ୟୁ ମୁଦୁଲି, ମୋହନ ସେଠୀ, ନୀଳମାଧବ ଜେନା, ରଶ୍ମୀ ରଂଜନ ମହାରଣା, ଗଦାଧର ମହଲ, ସୁବାଷ ସାମଲ ପ୍ରମୁଖ ସାମିଲ ହୋଇଥିଲେ
Ad2
Leave A Reply