Odisha news

ମହିଳା ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ 

0
ରାଜନଗର  :   ସାଧାରଣ ନିର୍ବ।ଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେଡି ଲୋକଙ୍କ ପାଖରେ ପହଁଛିବା ପାଇଁ ବିଭିନ୍ନ ତରିକାରେ ପ୍ରଚାର ଆରମ୍ଭ କରିଦେଇଛଛି। ନାମାଙ୍କନ ଦାଖଲ ପୂର୍ବରୁ ପ୍ରତି ପଂଚାୟତରେ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ଏବେ ପ୍ରାର୍ଥୀ ରୋଡସୋ କରି ଲୋକମାନଙ୍କୁ ଭେଟୁଥିବା ବେଳେ ମହିଳା ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜାରି ରହିଛି। ରାଜନଗର ବ୍ଲକ ଡାଙ୍ଗମାଳ ପଂଚାୟତର ନୂଆଗାଁ, ବଡଆଡିଆ, ବାଙ୍କୁଆଳ, ତ୍ରିଲୋଚନପୁର, ବାଲିସାହିପାଟଣା ପଂଚାୟତର ଧାନଦିଆ, ବାରଦିଆ, ପୋଖରିଆ, ଚମ୍ପାଦିଆ, ପଦିନି, ମଦରଙ୍ଗା, ବାଲିସାହିପାଟଣା, ମଧୁପୁର, ନୂଆଗାଁ ପ୍ରଭୃତି ଗାଁର ଘରକୁ ଘର ବୁଲି କର୍ମୀମାନେ ଶଙ୍ଖଚିହ୍ନ ମାରିବା ସହିତ ରାଜନଗରର ବିକାଶ ପୁୁରୁଷ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିବା ସହ ସରକାରଙ୍କ ଯୋଜନା ସଂପର୍କରେ କହୁଛନ୍ତି। ଏହି କାର୍ଯ୍ୟକ୍ରମରେ ମହିଳା ବିଜେଡି ସଭାନେତ୍ରୀ ରଶ୍ମୀ ରଂଜିତା ସ୍ୱାଇଁଙ୍କ ନେତୃତ୍ୱରେ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ସରପଂଚ ଦ୍ରୌପଦୀ ସେଠୀ, ଅନୁସୂୟା ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟା ଖୁକୁମିନା କୁଅଁର, ପୂର୍ବତନ ସରପଂଚ କାନ୍ତି ଲତା ବେହେରା, ପ୍ରମିଳା ସାମଲ, ସୁରେଖା ବିଶ୍ୱାଳ, ପ୍ରଭାବତୀ ବେହେରା, ମନ୍ଦାକିନୀ ବେହେରା, ଦୁର୍ଗ। ବେହେରା, ଯମୁନା ଦଳେଇ, ମିନତୀ ବେହେରା, ସୁଲୋଚନା ବେହେରା, ସତ୍ୟଭାମା ସାହୁ,  ସବିତା ସାହୁ, ଅନୁସୂୟା ମାହୁ‘, ନମିତା ମଳିକ, ଯମୁନା ମଳିକ, ସବିତା ମାହୁ‘, ସୁମିତ୍ରା ରାଉତ, ଆରତୀ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Ad2
Leave A Reply