Odisha news

ରାଜ୍ କୁନ୍ଦ୍ରା କେଶ୍ ରେ ସେରଲୀନ ଚୋପ୍ରା ଙ୍କ ଖୁଲାସା : ରାଜ୍ କୁନ୍ଦ୍ରା କହିଥିଲେ ଶିଳ୍ପା ଙ୍କୁ ପସନ୍ଦ ଆସେ ସେରଲୀନଙ୍କ ଭିଡିଓ

ମୁମ୍ବାଇ : ରାଜ୍ କୁନ୍ଦ୍ରା କେଶ୍ ରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଶୁକ୍ରବାର ଦିନ ମଡେଲ ଓ ଆକ୍ଟ୍ରେସ ସେରଲୀନ ଚୋପ୍ରାଙ୍କ ଶୁକ୍ରବାର ଦିନ ପଚରା ଉଚରା ପାଇଁ ଡାକିଥିଲେ । ପଚରା ଉଚରା ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା । ଯେଉଁଥିରେ ସେରଲୀନ ରାଜ୍ ଙ୍କୁ ଅନେକ ଖୁଲାସା କରିଥିଲେ । ସେରଲୀନ ଚୋପ୍ରା ଙ୍କୁ ପ୍ରପର୍ଟି ସେଲ ବିଭାଗ ୧୬୦ ସିଆରପିସି ଅନ୍ତର୍ଗତ ରେ ସମନ ପଠାଇ ଥିଲେ । ପଚରା ଉଚରା ସମୟରେ ସେରଲୀନ ଶିଳ୍ପା ଙ୍କୁ ନେଇ ମଧ୍ୟ ଅନେକ ଖୁଲାସା କରିଥିଲେ ।

ଇଣ୍ଡିଆ ଟୁଡେ କୁ ଦେଇଥିବା ସୂଚନା ଅନୁସାରେ ସେରଲୀନ କହିଥିଲେ ଯେ ରାଜ ତାଙ୍କୁ କହୁଥିଲେ ଯେ ଶିଳ୍ପା ଶେଟି ଙ୍କୁ ତାଙ୍କ ଭିଡିଓ ପସନ୍ଦ ହଉଛି । ସେରଲୀନ ଏହା ମଧ୍ୟ କହିଥିଲେ ଯେ ରାଜ୍ ମୋ ମେଣ୍ଟର ଥିଲେ , ମୁଁ ଯେଉଁ ଭିଡିଓ ଗୁଡ଼ିକ ଶୁଟ କରୁଛି ତାହା ଗ୍ଲାମର ପାଇଁ ।

ମୁଁ ଯେତେେଳେ ପ୍ରଥମେ ରାଜ୍ ଙ୍କ ସହିତ ସାକ୍ଷାତ କରିଥିଲି ଭାବୁଥିଲି ମୋ ଲାଇଫ ପୁରା ବଦଳି ଯିବ , ଭାବି ନଥିଲି ଯେ ଦିନେ ମତେ କ୍ରାଇମ୍ ବ୍ରାଞ୍ଚ ର ସମ୍ମୁଖୀନ ହେବାକୁ ପଡିବ । ମୁଁ ଅସ୍ପ୍ରା ପ୍ରାଇମ ସହିତ ଆଗ୍ରୀମେଣ୍ଟ କରିଥିଲି ଓ ଭିଡିଓ କରିବାକୁ ଲାଗିଲି ।

ପ୍ରଥମେ ମତେ କୁହାଗଲା ଗ୍ଲାମରସ ଭିଡିଓ ପାଇଁ । ପରେ ମୁଁ ସେମି ନ୍ୟୁଡ ଓ ନ୍ୟୁଡ଼ ଭିଡିଓ କଲି । ମତେ ସବୁବେଳେ କୁହା ଯାଉଥିଲା ଏଥିରେ କିଛି ଖରାପ୍ ନାହିଁ ସମସ୍ତେ ଏହା କରୁଛନ୍ତି । ସେରଲୀନ ବାରମ୍ବାର କହିଥିଲେ ଯେ ରାଜ୍ କୁନ୍ଦ୍ରା ତାଙ୍କୁ କହିଥିଲେ ଶିଳ୍ପା ଙ୍କୁ ତାଙ୍କ ଭିଡିଓ ଓ ଫଟୋ ଖୁବ୍ ପସନ୍ଦ ଆସୁଛି । ଯେତେବଳେ ଶିଳ୍ପା ଙ୍କ ଭଳି ଅଭିନେତ୍ରୀ ନିକଟରୁ ଏତେ ଭଲ କମେଣ୍ଟ ମିଳିଥାଏ ମୁଁ ଆହୁରି ଭଲ କରିବାକୁ ଚେଷ୍ଟା କରିଥାଏ । ମୁଁ ଜାଣି ନ ଥିଲି ଏପରି ବିବାଦରେ ଫସି ଯିବି ।

Shares