ରାଜକନିକା ତା ୧୧/୧୧ : ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୪୩ ତମ ରାଜକନିକା କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି | ଏହି ଖେଳରେ କିଶୋର କ୍ଲବ ଭୁବନେଶ୍ୱର ପପୁଲାର କ୍ଲବ ଢେଙ୍କାନାଳ କୁ ଭେଟିଥିଲା | ଏଥିରେ କିଶୋର କ୍ଲବ ଭୁବନେଶ୍ୱର ପପୁଲାର କ୍ଲବ ଢେଙ୍କାନାଳ କୁ ୪-୩ ଟ୍ରାଇବ୍ରେକର ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି | ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳଟି ୧-୧ ଗୋଲରେ ଅମୀମାଂଶିତ ରହିବାରୁ ଟ୍ରାଇବ୍ରେକର ର ସହାୟତା ନିଆଯାଇଥିଲା | ଆଳିର ରାଜା ସାହେବ ଦିବଂଗତ ଶରତ କୁମାର ଦେବ ଓ ରାଣୀ ସୁଶ୍ରୀ ଦେବୀ ଙ୍କୁ ସମର୍ପିତ କରାଯାଇଥିବା ଏହି ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ, ସ୍ୱତନ୍ତ୍ର ଅତିଥି ଭାବେ ଚମ୍ପୁଆ ର ପୂର୍ବତନ ବିଧାୟକ ଧନୁର୍ଯ୍ୟୟ ସିଧୁ ଓ ମୁଖ୍ୟ ବକ୍ତା ଭାବେ ଓଡିଶା ଅଲମ୍ପିକ ସଂଘର ସମ୍ପାଦକ ତଥା ଫୁଟବଲ ଆସୋସିଏସନ ର ଯୁଗ୍ମ ସମ୍ପାଦକ ଅଭିଜିତ ପାଲ ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଖଗେଶ୍ୱର ନାୟକ ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ୩୦ ହଜାର ଟଙ୍କା ଓ ୨୦ ହଜାର ଟଙ୍କା ସହିତ ହାରାମଣି ଟ୍ରଷ୍ଟ ପ୍ରଦତ୍ତ ଟ୍ରଫି ପ୍ରଦାନ କରିଥିଲେ | ଅନୁଷ୍ଠାନ ର ସଭାପତି ଦୋଳ ଗୋବିନ୍ଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣୀ ଉତ୍ସବ ରେ ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ ଅତିଥି ପରିଚୟ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି କପିଳେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ଅନ୍ୟତମ ଉପସଭାପତି ବୈକୁଣ୍ଠ ନାଥ ପରିଡ଼ା ଓ ସଞ୍ଜୟ ଚନ୍ଦ୍ର ଦାସ , ଯୁଗ୍ମ ସମ୍ପାଦକ ଇଂ. ପ୍ରଶାନ୍ତ କୁମାର ବିଶ୍ୱାଳ, ଡ଼. ଫକୀର ଚନ୍ଦ୍ର ପ୍ରଧାନ ଓ ପ୍ରାଣବନ୍ଧୁ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ମିଡ଼ିଆ ସେଲ ସମ୍ପାଦକ ଅଜୟ କୁମାର ରାଉତ ଓ ଉପଦେଷ୍ଟା ସଦସ୍ୟ ଆଦିକନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ଅତିଥି ମାନେ ବିଜେତା ଦଳର ମଳୟ ସ୍ୱାଇଁ ଙ୍କୁ ଯୁଧିଷ୍ଠିର ମଥାନ ସ୍ମାରକୀ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଓ ଉପବିଜେତା ଦଳର ପ୍ରଶାନ୍ତ ବାରି ଙ୍କୁ ରାମଚନ୍ଦ୍ର ମହାନ୍ତି ସ୍ମାରକୀ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ | ସୁବ୍ରତ ପୁରୋହିତ, ଶଶୀକାନ୍ତ ଦାସିଆ,ଏମ. ଡି. ସାକଲିନ ଓ ଭୋଳାନାଥ ମହାକୁଡ଼ ଖେଳ ପରିଚାଳନା କରିଥିବାବେଳେ ଗୋଲକ ବିହାରୀ ମଲ୍ଲିକ ମ୍ୟାଚ କମିଶନର ଏବଂ ସୌମ୍ୟକାନ୍ତ ନାୟକ ଓ ପ୍ରଶାନ୍ତ ସାହୁ ଧାରା ବିବରଣୀ କାର୍ଯ୍ୟ ସମ୍ପାଦନ କରିଥିଲେ | ଅକ୍ଷୟ ନାଥ,ବେଣୁଧର ପରିଡ଼ା, ବାସୁଦେବ ବେହେରା, ବିଜୟ ଭୂୟାଁ, ଶରତ ଜେନା, ମିର୍ଜା ଇବ୍ରାହିମ ବେଗ, ଅମିତାଭ କରଣ,, ସୁଶାନ୍ତ ମହାପାତ୍ର, ନିତ୍ୟାନନ୍ଦ ବେହେରା, ବିଶ୍ଵନାଥ ଦାଶ, କୂଳମଣି ବେହେରା, ତ୍ରିଲୋଚନ ପାଣି, ରାଜକିଶୋର ରାଉତ ଙ୍କ ସମେତ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |