Odisha news

ରାଜକନିକା ରେ ‘ଏ -୧’ ରେ ୬ ଛାତ୍ରୀ : ଅନନ୍ୟା ବାରିକ ବ୍ଲକ ସମେତ ଜିଲ୍ଲା ଟପ୍ପର

0
ରାଜକନିକା ତା ୨୭/୦୫ ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳରେ ରାଜକନିକା ବ୍ଲକ ର ୬ ଜଣ ଛାତ୍ରୀ ଏ -୧ ରେ ଉତ୍ତୀର୍ଣ୍ଣ ହୋଇ ବ୍ଲକ ଓ ଜିଲ୍ଲା ର ଗୌରବ ବଢ଼ାଇଛନ୍ତି | ସେଥିମଧ୍ୟରୁ କେବଳ ଆର. ଏନ୍ ହାଇସ୍କୁଲ ର ୫ ଜଣ ଛାତ୍ରୀ ଅଛନ୍ତି | ସୂଚନାରୁ ଜଣାଯାଏ ରାଜକନିକା ଆର. ଏନ୍ ହାଇସ୍କୁଲ ର ଛାତ୍ରୀ ଅନନ୍ୟା ବାରିକ ମୋଟ ୬୦୦ ରୁ ୫୬୦ ନମ୍ବର ରଖି ରାଜକନିକା ବ୍ଲକ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହୋଇଛନ୍ତି | ଏହାଛଡ଼ା ଉକ୍ତ ସ୍କୁଲ ର ଛାତ୍ରୀ ତୃପ୍ତିମୟୀ ପଣ୍ଡା ୫୫୨ ନମ୍ବର ରଖି ବ୍ଲକ ରେ ଦ୍ୱିତୀୟ, ପ୍ରଜ୍ଞା ପାରମିତା ମହାପାତ୍ର ଓ ସାସ୍ୱତୀ ମହାପାତ୍ର ଉଭୟ ୫୪୩ ନମ୍ବର ରଖି ବ୍ଲକ ରେ ତୃତୀୟ, ଶ୍ରଦ୍ଧାଞ୍ଜଳି ବେହୁରା ୫୪୦ ନମ୍ବର ରଖି ଚତୁର୍ଥ ସ୍ଥାନ ଅଧିକାର କରି ଆର. ଏନ୍ ହାଇସ୍କୁଲର ଗୌରବ ବଢ଼ାଇଛନ୍ତି | ସେହିପରି ବରାଡିଆ ନୋଡାଲ ହାଇସ୍କୁଲ ର ଛାତ୍ରୀ ମୋନାଲି ଶର୍ମା ୫୫୨ ନମ୍ବର ରଖି ଯୁଗ୍ମ ଭାବେ ବ୍ଲକ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି | ଚଳିତ ବର୍ଷ ଛାତ୍ର ମାନଙ୍କୁ ପଛରେ ପକାଇ ଛାତ୍ରୀ ମାନେ ଏହି ସଫଳତା ଆଣି ଥିବାରୁ ସାରା ଅଞ୍ଚଳ ରେ ଖୁସିର ମାହୋଲ ଦେଖାଦେଇଛି |
Ad2
Leave A Reply