ରାଜକନିକା ତା ୧୩/୦୫ : ଆଳି ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ହଜାର ହଜାର ସମର୍ଥକଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ଅଫିସ ଠାରେ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି | ଆଜି ଶ୍ରୀ ପଣ୍ଡା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ ଙ୍କ ନେଉଳ ଗଡିଆ ସ୍ଥିତ ବାସ ଭବନରୁ ବାହାରି ବଡାଗର ଆରାଧ୍ୟ ଦେବତା ଗୋପୀନାଥ ଜିଉ ଙ୍କୁ ଦର୍ଶନ କରି ଏକ ବିଶାଳ ଶୋଭାଯାତ୍ରା ଜରିଆରେ କଣ୍ଟପଡ଼ା ବଜାର, ଚନ୍ଦନପୋଖରୀ ଛକ, ବରୁଣାଡ଼ିହା ଛକ ଦେଇ ଆଳି, ପତରପୁର ଅତିକ୍ରମ କରି କେନ୍ଦ୍ରାପଡ଼ା ଯାଇଥିଲେ | ଏହି ଶୋଭାଯାତ୍ରା ରେ ପ୍ରାର୍ଥୀ ଶ୍ରୀ ପଣ୍ଡା ଙ୍କ ସହିତ ଗୁଜୁରାଟ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଶ୍ରୀ କୁବେର ଭାଇ ଦିନ୍ଦୋର, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ନାରୀନେତ୍ରୀ ଅନୁରାଧା ସାମଲ, ଆଶାଲତା ପଟ୍ଟନାୟକ, ଲକ୍ଷ୍ମୀ ପ୍ରିୟା ଜେନା, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ମିହିର କୁମାର ସାମଲ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସନ୍ତୋଷ କର, ଶୁଭ୍ର ରଞ୍ଜନ ସାମଲ, ଜୋନ ସଭାପତି ଓମ ପ୍ରକାଶ ପତି, କଳ୍ପତରୁ ଦାସ, ରଞ୍ଜନ ରାଉତ, ଅକ୍ଷୟ ବେହେରା, ଯଯାତି ପଟ୍ଟନାୟକ, ରାଜେନ୍ଦ୍ର ବେହେରା, ଦିଲ୍ଲୀପ ପରିଡ଼ା, ବରିଷ୍ଠ ନେତା ଭକ୍ତବନ୍ଧୁ ମିଶ୍ର, ଅନନ୍ତ ରଥ, ଶରତ ଜଗଦେବ, ଯୁବ ନେତା ସିଲୁ ସିଂ, ଦୀପକ ମଲ୍ଲିକ, ବରାହ ପଣ୍ଡା, ପ୍ରଦୀପ ବେହେରା, ସୁଭାଶିଷ ଷଡ଼ଙ୍ଗୀ, ପ୍ରବେଶନ ମଲ୍ଲିକ, ଜଗନ୍ନାଥ ସାମଲ, ଭାରତ ଜେନା, ସନ୍ତୋଷ ସାମଲ, ସୁଜିତ ବେହେରା ଓ ଅକ୍ଷୟ ଦାସ ଙ୍କ ସମେତ ହଜାର ହଜାର କର୍ମୀ, ସମର୍ଥକ ଓ ଗାଡ଼ି ମଟର ସାମିଲ ଥିଲେ |
