Odisha news

ନହୁଣୀ ପଞ୍ଚାୟତ ରେ ବିଜୁ ଜନତା ଦଳର କର୍ମୀ ସମାବେଶ

0
ରାଜକନିକା ତା ୧୨/୦୫ : ରାଜକନିକା ବ୍ଲକ ନହୁଣୀ ଗ୍ରାମ ପଞ୍ଚାୟତ ର ସପଲାଙ୍ଗ ଅଦାସାହି ଠାରେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ  ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ ଙ୍କ ସଭାପତିତ୍ୱ ରେ ବିଜୁ ଜନତା ଦଳର  ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି |  ସମାବେଶ ରେ ନୂତନ ଭାବେ ଯୋଗଦେଇ ଥିବା  ମନୋଜ ପରିଡ଼ା, ବିକ୍ରମ ରାୟ, ଅଜୟ ପରିଡ଼ା, ହରେନ୍ଦ୍ର ପରିଡ଼ା, ନୀଳମଣି ନାୟକ, ଅଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିବା ସହିତ  ଆଗାମୀ ନିର୍ବାଚନ ରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଙ୍କୁ ଯୋଡ଼ି ଶଙ୍ଖ ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ବଜ୍ର ଶପଥ ନେଇଥିଲେ | ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ୧୯ ଟି ୱାର୍ଡ ର ୨୫୦ ରୁ ଉର୍ଦ୍ଧ୍ଵ କର୍ମୀ ଯୋଗ ଦେଇ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ  ବ୍ଲକ ପର୍ଯ୍ୟବେକ୍ଷକ ଦେବଦତ୍ତ ଦାସ, ସାରଙ୍ଗ ଧର ସାହୁ, ସାଂସଦ ଙ୍କ ପ୍ରତିନିଧି ପବିତ୍ର ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ପ୍ରଦୀପ ରାଉତ ପ୍ରମୁଖ ଯୋଗଦେଇ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ |
Ad2
Leave A Reply