Odisha news

ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ନଳିନୀ କାନ୍ତ ବେହେରା ଙ୍କ ସ୍ମୃତିସଭା

0
ରାଜକନିକା ତା ୬/୦୫ : ରାଜକନିକା ଅଞ୍ଚଳ ର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ, ସମାଜସେବୀ ତଥା ଅବସର ପ୍ରାପ୍ତ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱର୍ଗତ ନଳିନୀ କାନ୍ତ ବେହେରା ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି | କୋରନ୍ଦ ସ୍ଥିତ ତାଙ୍କ ମଧୁସୂଦନ ବିଦ୍ୟାପୀଠ  ପରିସରରେ ସୁଧା ପତ୍ରିକା ର ସମ୍ପାଦକ ହରେକୃଷ୍ଣ ବାରିକ ଙ୍କ ସଭା ସଂଚାଳନା ରେ ଅନୁଷ୍ଠିତ ସ୍ମୃତି ସଭାରେ ପରିବାର ପକ୍ଷରୁ ସୁଧାଂଶୁ ବାଳା ବେହେରା, ଶିକ୍ଷକ ନେତା କାଳୀ ପ୍ରସାଦ ନାୟକ, ସମାଜସେବୀ ବିକାଶ ଚନ୍ଦ୍ର ଦାସ,ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀନିବାସ ପ୍ରଧାନ, ନାରାୟଣ ଚନ୍ଦ୍ର ଦାଶ,  ଗୋପୀନାଥ ବିଶ୍ୱାଳ, ନବ କିଶୋର ସୁତାର, ପତିତପାବନ ବେହେରା, ରାମଚନ୍ଦ୍ର ବେଜ, ବିଭୁତିଭୂଷଣ ମହାନ୍ତି, ହରେକୃଷ୍ଣ ନାୟକ, ଶ୍ରୀଧର ବେହେରା, ଧନେଶ୍ୱର ଧଳ, ଶରତ ରାଉତ, ମୁରଲୀଧର ବେହେରା, ସୁବାସ ଚନ୍ଦ୍ର ମଲ୍ଲ, ନିର୍ମଳ ଚନ୍ଦ୍ର ଜେନା, ଭାଗବତ ସାହୁ, ବିବେକାନନ୍ଦ ରାଉତରାୟ, ଉତ୍ସବାନନ୍ଦ ବିଶ୍ୱାଳ, ଲୋକନାଥ ଦାଶ ଓ  କିରଣ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରା ଙ୍କ ମାନବବାଦୀ ଚେତନା ସମ୍ପର୍କ ରେ ଆଲୋକପାତ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ | ଶେଷରେ ପରିବାର ପକ୍ଷରୁ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା |
Ad2
Leave A Reply