Odisha news

ଓଳାଭର  ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ : ଯୋଗଦେଲେ ମନ୍ତ୍ରୀ ପ୍ରତାପ ଦେବ 

0
ରାଜକନିକା ତା ୫/୦୫ : ରାଜକନିକା ବ୍ଲକ ଓଳାଭର  ପଞ୍ଚାୟତରେ ସରପଞ୍ଚ ନହୁଷ  ନାୟକଙ୍କ ସଭାପତିତ୍ୱ ରେ  ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ  ମୁଖ୍ୟଅତିଥି ଭାବେ ଶକ୍ତି ଓ ଶିଳ୍ପ  ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ଏହି କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ଙ୍କ  ହାତ ମୁଠାକୁ ଟାଣ କରିବା ପାଇଁ ପ୍ରତାପ କେଶରୀ ଦେବଙ୍କୁ ବିଧାୟକ ଭାବେ ଓ ଅଂଶୁମାନ ମହାନ୍ତି ଙ୍କୁ ସାଂସଦ ଭାବେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି | ଏହି କର୍ମୀ ସମ୍ମିଳନୀରେ  ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ,ବ୍ଲକ ବିଜେଡି ସଭାପତି ବିଦ୍ୟାଧର ବେହେରା,ବ୍ଲକ ଅଧ୍ୟକ୍ଷା  ମିନତୀ ରାଉତ ଓ ଉପାଧ୍ୟକ୍ଷ  ତନ୍ମୟ ରଞ୍ଜନ ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ  କପିଳେନ୍ଦ୍ର ମଲ୍ଲିକ,ଜିଲ୍ଲା ପରିଷଦ ସଭ୍ୟ  ପ୍ରତାପ ବେହେରା ଏବଂ  ଯୁବ ସଂଗଠକ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |
Ad2
Leave A Reply