Odisha news

ମହିଳା କ୍ରିକେଟର ରାଜଶ୍ରୀ ଙ୍କ ମୃତ୍ୟୁ ପ୍ରତିବାଦରେ କାକଟପୁର ବ୍ଲକ କଂଗ୍ରେସ ର କ୍ୟାଣ୍ଡଲ ଶୋଭାଯାତ୍ରା

0
କାକଟପୁର 14/1 ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ଙ୍କ ଝୁଲନ୍ତା ମୃତଦେହ ଆଠଗଡ଼ ଅଞ୍ଚଳର  ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଜଙ୍ଗଲ ରୁ ଠାବ ନେଇ କାକଟପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିଵା ଓ ତାଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହ ସିବିଆଇ ତଦନ୍ତ କରିବା ଦାବିରେ ଶତାଧିକ କଂଗ୍ରେସ କର୍ମୀ ଙ୍କୁ ନେଇ ମଙ୍ଗଳା ମନ୍ଦିର ଆଗରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ପୁରୀ ଜିଲ୍ଲା ମହିଳା କଂଗ୍ରେସ ର ସଭାପତି ନିରୁପମା ପାତ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଶୋଭା ଯାତ୍ରା ରେ ନିମାପଡା ବ୍ଲକ ମହିଳା କଂଗ୍ରେସ ସଭାପତି ପ୍ରଗତି ବରାଳ,   ମହିଳା କଂଗ୍ରେସ ର ପିସିସି  ସମ୍ପାଦିକା ବିଦୁଲତା ଆଚାର୍ଯ୍ୟ, ପୁରୀଜିଲ୍ଲା ମହିଳା କଂଗ୍ରସ ସମ୍ପାଦିକା ରେଣୁବାଳା ମାଝୀ,କାକଟପୁର ବ୍ଲକ କଂଗ୍ରେସ କମିଟି ସଭାପତି ଅବଧୁତ ସ୍ୱାଇଁ, ପଂଚାୟତ ସଭାପତି ନଳିନୀକାନ୍ତ ଦୀକ୍ଷିତ,ବାବାଜୀ ନାୟକ, କରୁଣାକର ସେନାପତି, ସମ୍ପଦ ମାଠିଆ, ପ୍ରମୋଦ ଖୁଣ୍ଟିଆ, ମଲିକ ଇନାମୁଲ,ସେକ ହିମାୟତ, ସୁକାନ୍ତ ପରିଡ଼ା, ବାବୁଲି ବେହେରା, ଅରୀକ୍ଷିତ କାଣ୍ଡି, ଅସ୍ତରଙ୍ଗ ବ୍ଲଜ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ପ୍ରଶାନ୍ତ ଭୋଳ, ଜିତେନ୍ଦ୍ର ନାୟକ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେl ସ୍ୱର୍ଗତ ରାଜଶ୍ରୀ ଙ୍କ ବାସଭବନ ପୁରୀ ସ୍ଥିତ ଭୁଆଁ ଗ୍ରାମକୁ ଯାଇ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ l
Nalco
Leave A Reply