Odisha news

“ଡନ” ପାଖରୁ ହାରିଲା କରୋନା : ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ : ଅଣ୍ଡରୱାଲର୍ଡ ଡନ ଛୋଟା ରାଜନ କରୋନା ଯୁଦ୍ଧରେ ଜୟଲାଭ କରିଛନ୍ତି l ମଙ୍ଗଳବାର ଦିନ ତାଙ୍କୁ ଏମ୍ସରୁ ଡିସ୍ଚାର୍ଜ କରାଯାଇ ପୁନର୍ବାର ତିହାର ଜେଲ ପଠା ଯଇଛି l ଛୋଟା ରାଜନ ସେଠାରେ ୨ ନମ୍ବର ସେଲରେ ସୁରକ୍ଷା ମଧ୍ୟରେ ରହିଛନ୍ତି l କରୋନା କାରଣରୁ ତାଙ୍କୁ ଅପ୍ରେଲ ୨୨ ତାରିଖ ଦିନ ଚିକିତ୍ସା ପାଇଁଡାକ୍ତରଖାନାରେ ଭର୍ତି କରାଯାଇଥିଲା l ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଅପ୍ରେଲ ୨୫ ତାରିଖ ଦିନ ତାଙ୍କୁ  ଏମ୍ସ ସ୍ଥାନାନ୍ତର କରାଯଇଅଥିଲା l ଚିକିତ୍ସା ସମୟରେ ମଇ ୭ ତାରିଖ ଦିନ ଛୋଟା ରାଜନର ମୃତ୍ୟୁ ଗୁଜବ ଖବର ଚାରିଆଡେ ପ୍ରକାଶ ପାଇଥିଲା l

ସେହିଦିନ ଏମ୍ସ କତୃପକ୍ଷ  ଖଣ୍ଡନ କରି ଛୋଟା ରାଜନ ସୁସ୍ଥ ଥିବା ସହିତ ଜୀବନନ୍ତ ଅଛି ବୋଲି ସୂଚନା ଦେଇଥିଲେ l ଏହିଭଳି ଭାବରେ ମୃତ୍ୟୁର ଗୁଜବ ପରେ ୪ଦିନ ବିତି ଯାଇଥିବା ପରେ କରୋନାରୁ ସୁସ୍ଥ ହୋଇ ସେ ପୁଣି ଜେଲ ପରିସରକୁ ଯାଇଛନ୍ତି l ଛୋଟା ରାଜନର ପ୍ରକୃତ ନାମ ହେଲା ରାଜେନ୍ଦ୍ର ସଦାଶିବ ,ତାର ଜନ୍ମ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ତିଳକ ନଗର ବସ୍ତିରେ ହୋଇଥିଲା l ସ୍କୁଲରେ ପାଠ ସାରିବା ପରେ ସେ ଫିଲ୍ମ ଟିକଟ ବିକ୍ରି କରୁଥିବା ବେଳେ ନୟର ଗ୍ୟାଙ୍ଗରେ ସାମିଲ ହୋଇଥିଲା l ଅଣ୍ଡରୱାଲର୍ଡ ଦୁନିଆରେ ନାୟାରକୁ ବଡା ରାଜନ କୁହାଯାଏ l

Nalco

Comments are closed.