Odisha news

ରଜ ଶୁଭେଚ୍ଛା ଜଣାଇଲେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା

0
By suvendra : ରଜ ପର୍ବ ଅବସରରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁନିତା ଗୁପ୍ତା ଆଜି ରାଜଗାଙ୍ଗପୁର ସହରବାସୀଙ୍କୁ ଶୁଭକାମନା ଜଣାଇଛନ୍ତି l ଏହି ଉପଲକ୍ଷ  ସମସ୍ତଙ୍କୁ ଅଭିନନ୍ଦନ କରି ଶ୍ରୀ ଗୁପ୍ତା କହିଥିଲେ, ରଜ ହେଉଛି ଏକ ଉଲ୍ଲାସର ପର୍ବ ଯାହାଭିତରେ ଓଡିଶାର ସଂସ୍କୃତି ଅଛି l ଏହା ଦେଶର ଏକମାତ୍ର ପର୍ବ ଯାହାକି ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କୁ ସମର୍ପିତ l ଏହି ପର୍ବ ବର୍ଷା, ଜୀବନର ନବୀକରଣ ଏବଂ ନାରୀତ୍ୱର ପର୍ବ l ଏହି ଅବସରରେ ରାଜଗାଙ୍ଗପୁରରେ ବାସ କରୁଥିବା ସମସ୍ତ ମହିଳା ଏବଂ ବାଳିକାମାନଙ୍କୁ ମୋର ହାର୍ଦ୍ଦିକ  ଅଭିନନ୍ଦନ l

ସହରରେ କରୋନା ଭୁତାଣୁ ସଂକ୍ରମଣର ବଢିଚାଲିଥିବା ପ୍ରକୋପକୁ ଦେଖି ସମସ୍ତଙ୍କୁ ରଜ ପର୍ବ ପାଳନ କରିବା ସମୟରେ ସାବଧାନତା ଏବଂ ସାମାଜିକ ଦୂରତା ବନାଇ ରଖିବା ପାଇଁ ଶ୍ରୀ ଗୁପ୍ତା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ସେ କହିଥିଲେ ଏହି ବର୍ଷ ରଜ ପର୍ବ ପାଳନରେ ଆମକୁ ବେଶ ସତର୍କତା ଆପଣାଇବାକୁ ପଡିବ l ପର୍ବ ନିମନ୍ତେ କିଛି କିଣିବାପାଇଁ ଭିଡ ଜାଗାକୁ ଯାନ୍ତୁନାହିଁ l ମାସ୍କ ପିନ୍ଧିବା ଏବଂ ନିଜ ହାତ ଧୋଇବା ଭୁଲିବେନାହିଁ l ଯଥାସମ୍ଭବ ଏହି ପର୍ବ ନିଜ ପରିବାର ସହିତ ଘରେ ପାଳନ କରନ୍ତୁ l ଆପଣଙ୍କୁ ମୋର ଅନୁରୋଧ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ,”

Leave A Reply

Your email address will not be published.