Odisha news

ରଜ ପର୍ବ ରେ ଲୋକକଳା ମହୋତ୍ସବ

0
ବାଲିପାଟଣା ତା ୧୪/୦୬ : ଆଜି ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରଥମ ଲୋକକଳା ମହୋତ୍ସବ ଯଥାରୀତି ଅନୁଷ୍ଠିତ ହୋଇଯାଇଛି।ରଜ ପର୍ବ ଅବସରରେ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୌଳିକ କଳା ଓ ସଂସ୍କୃତି ର ସରକ୍ଷଣ ପାଇଁ ଏହା ଏକ ଉଦ୍ୟମ ବୋଲି ବିଡ଼ିଓ ଆଦିକନ୍ଦ ବେହେରା ସୂଚନା ଦେଇଥିଲେ। ଅନ୍ୟାନ୍ୟା ଅତିଥି ଭାବରେ ତହସିଲଦାର ବୁଲବୁଲ ବେହେରା,ସି ଡି ପି ଓ ରୁନୁବାଳା ସାହୁ ପ୍ରମୁଖ ଯୋଗଦେଇଥିଲେ।ବ୍ଲକ ର ଉପାଧକ୍ଷା ରାଜଲକ୍ଷ୍ମୀ ଜେନା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ଝୋଟି,ବିଭିନ୍ନ  ପିଠା ଓ ରଜ ଗୀତ ପ୍ରତିଯୋଗିତା ହୋଇଥିଲା।ଗୀତ ପ୍ରତିଯୋଗିତାରେ ଗାୟତ୍ରୀ ଭୋଇ ପ୍ରଥମ,ଅମ୍ବିକା ଜେନା ଦ୍ଵିତୀୟ ଏବଂ କାଞ୍ଚନ ଭୋଇ ତୃତୀୟ ହୋଇଥିଲେ।ଝୋଟିରେ ହରପ୍ରିୟା ଭୋଇ ପ୍ରଥମ,ସୁନୀତା ସାହୁ ଦ୍ଵିତୀୟ ଓ ସବିତା ପ୍ରଧାନ,ଗାୟତ୍ରୀ ଭୋଇ ଯୁଗ୍ମ ଭାବରେ ତୃତୀୟ ହୋଇଥିଲେ।ପିଠା ପ୍ରତିଯୋଗିତା ରେ  ଦେଉଳିଧରପୂର୍ ପ୍ରଥମ,ନାରିଶୋ ଦ୍ଵିତୀୟ ଓ କୁରୁଞ୍ଜିପୂର୍, ଅମନାକୁଦ୍ କୁ ତୃତୀୟ ଗୋଷ୍ଠୀ ଗତ ଭାବରେ ବିଜୟୀ ଘୋଷଣା କରାଯାଇଛି। ଲୋକକଳା ର ମୌଳିକ ପରମ୍ପରା କୁ ବଞ୍ଚାଇ ରଖିଥିବା ଇଣ୍ଡୋଲକୁସିଆରୀ ଗ୍ରାମର ଗୋଟିପୁଅ ନୃତ୍ୟ ଆମ ଅଞ୍ଚଳ ର ଗୌରବ ବୃଦ୍ଧି କରିଛନ୍ତି। ତେଣୁ ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ବାରିକ୍ ଙ୍କ ଜୟ ଦେବ ଗୋଟିପୁଅ ଅନୁଷ୍ଠାନ ତରଫରୁ ଚିତ୍ତାକର୍ଷକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧି,ସରକାରୀ କର୍ମଚାରୀ,ବିଭିନ୍ନ ମହିଳା ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।ବ୍ଲକ ଅଧିକାରୀ ରାଜଲକ୍ଷ୍ମୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply