Odisha news

ବରଷକେ ଥରେ ଆସିଛି ରଜ

0

ଡ଼ଃ.ଅରୁନ୍ଧତୀ ଦେବୀ : ରଜ ପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହାକୁ ଓଡ଼ିଶାର ନିଜପର୍ବ ଓଡ଼ିଆ ପର୍ବ ପ୍ରତିବର୍ଷ ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ ସଂକ୍ରାନ୍ତିର ପୂର୍ବ ଦିନକୁ ପହିଲି ରଜ ପର ଦିନକୁ ଭୂମି ଦହନ କୁହାଯାଏ ଭୂମି ଦହନରେ ଚାଷବାସ ବା ମାଟି ହାଣିବା କାର୍ଯ୍ୟ କରାଯାଏ ନାହିଁ ଚତୁର୍ଥ ଦିନ ବସୁମତୀ ସ୍ନାନ ସହ ରଜ ପର୍ବ ପାଳନ ଶେଷ ହୁଏ ରଜ କୃଷି ସହ ସଂପର୍କିତ ପର୍ବ ଏହି ମାସରେ ମାଟି ସହ ମେଘର ମିଳନ ହୁଏ ତା ପରେ ଆସିଥାଏ ଚାଷ ଋତୁ

କାମ ଆରମ୍ଭ ପୂର୍ବରୁ ବିଶ୍ରାମ ନେବା ପାଇଁ ଏବଂ ଦେବା ପାଇଁ ସମ୍ଭବତଃ ଏହି ପର୍ବର ସୃଷ୍ଟି ଆଷାଢ଼ ମାସରେ ବର୍ଷାପାଣି ପଡ଼ିଲେ ଭୂଇଁ ଉତ୍ପାଦନକ୍ଷମ ହୁଏ କୁଅାଁରୀ କନ୍ୟାମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଝିଅ, ଯୁବତୀ ମହିଳା ରଜ ତିନି ଦିନ ଗୃହ କାର୍ଯ୍ୟ କରିବା ହେଉଛି ଖାଣ୍ଟି ଓଡ଼ିଆ ପରମ୍ପରା ରଜ ତିନି ଦିନ ମହିଳାଙ୍କୁ ଖାଲି ପାଦରେ ଭୂଇଁରେ ଚାଲିବାକୁ ବାରଣ କରାଯାଏ ପ୍ରଚଳିତ ପରମ୍ପରା ଅନୁଯାୟୀ ମହିଳାମାନେ ରଜରେ ଭାତ ଲୁଣ ଖାଇବା ଅନୁଚିତ କେବଳ ଫଳମୂଳ ପିଠାପଣା ଭଳି ଦ୍ରବ୍ୟ ଖାଇବା ଉଚିତ ଏହାର ବିଜ୍ଞାନ ସମ୍ମତ କାରଣ ରହିଛି

ରଜରେ ନାରୀମାନଙ୍କୁ ସମ୍ମାନ ଦେବା ପାଇଁ ପୁରୁଷମାନେ ସେମାନଙ୍କ କାମ କରନ୍ତି ନାରୀମାନେ ଖାଇପିଇ ଦୋଳିରେ ଝୁଲିବା, ନୂଆ ଲୁଗା ପିନ୍ଧିବା ଗେଲଗମାତରେ ମାତିବା ରଜ ପରମ୍ପରା ପର୍ବ କହିଲେ ବିଷ୍ଣୁ ପୁରାଣ ଅନୁସାରେଚତୁର୍ଦ୍ଦଶ୍ୟାଷ୍ଟମୀ ଚୈବ ଅମାବାସ୍ୟାଥ ପୂର୍ଣ୍ଣିମା ପର୍ବଣ୍ୟେତାନି ରାଜେନ୍ଦ୍ର ! ରବି ସଂକ୍ରାନ୍ତି ରେବଚ’ – ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ରବି ସଂକ୍ରମଣ ବା ସଂକ୍ରାନ୍ତିଏହି ପାଞ୍ଚ ପାଞ୍ଚଗୋଟି ହିଁପଞ୍ଚପର୍ବନାମରେ ପ୍ରସିଦ୍ଧ ରଜଉତ୍ସବ ମିଥୁନ ସଂକ୍ରାନ୍ତିକୁ ନେଇ ଅନୁଷ୍ଠିତ ହେଉଥିବାରୁଏହାକୁପର୍ବବୋଲି କହିବାରେ ଶାସ୍ତ୍ରୀୟ ସମର୍ଥନ ରହିଛି

Nalco
Leave A Reply