ରାଜନଗର : ରାଜନଗର ବ୍ଲକ ଜଗନ୍ନାଥ ପୁର ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତିର ବୈଠକ ସଭାପତି୩୦ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ସଭାପତି ପଚାରି ବୁଝିଥିଲେ।ଆର୍ଥିକ ବର୍ଷ୨୦୨୨-୨୩ରେ ଆସିଥିବା ଅନୁଦାନ କୁ ଖର୍ଚ୍ଚ କରିବା ବିଷୟରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ରାଜନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ମୂଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି, ଜଗନ୍ନାଥ ପୁର ଶାସନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଶିତମ ରଞ୍ଜନ ପାତ୍ର, ଡାକ୍ତର ଅନ୍ନପୂର୍ଣ୍ଣା ଜେନା, ଜଗନ୍ନାଥ ପୁର ଶାସନଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ସୁଚିତ୍ରା ବେହେରା,ମହିଳା ଓ ଶିଶୁ ବିକାଶ ବିଭାଗ ର ମୂଖ୍ୟ ସେବୀକା ମିନତୀ ମିଶ୍ର, ରାଜନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମୟୁ ଶ୍ରୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି ଉକ୍ତ ବୈଠକରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏହାର ସ୍ଥାୟୀ ସମାଧାନ ବିଷୟରେ ଗୁରୁତ୍ୱ ଦେଇଥିଲେ।ଭେଷଜବିତ ଶଶୀଶେଖର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବିପିଏମୟୁ ଶ୍ରୀକାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
