Odisha news

ବର୍ଷା ଦିନର ସୁପର୍ ଫୁଡ୍ : ବିଭିନ୍ନ ରୋଗରୁ ରକ୍ଷା କରିଥାଏ ଏହିସବୁ ଖାଦ୍ୟ

ବର୍ଷା ଋତୁରେ ଆମେମାନେ କିଛି ମସଲା ଯୁକ୍ତ ସ୍ଵାଦିଷ୍ଟ ଖାଦ୍ୟ ଖାଇବାକୁ ଇଚ୍ଛା କରିଥାଉ । ଯାହା ଆମ ପାଟିକୁ ସ୍ଵାଦିଷ୍ଟ ଲାଗିଥାଏ । କିନ୍ତୁ ଏହି ଋତୁରେ ମାସଲାଯୁକ୍ତ ଓ ତେଲ ଯୁକ୍ତ ଖାଦ୍ୟ ଆମ ଶରୀରକୁ ଅସୁସ୍ଥ କରି ଦେଇଥାଏ । କିନ୍ତୁ ଏହି ଋତୁରେ ଆମକୁ ବିଶେଷ ଭାବରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ ।
କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଆମ ପେଟକୁ ବିଭିନ୍ନ ସମସ୍ୟା ଦ୍ଵାରା ଆକ୍ରାନ୍ତ କରିଥାଏ । ଯେପରିକି ପେଟ ଯନ୍ତ୍ରଣା , ବାନ୍ତି , ଝାଡ଼ା ଓ ଡାଇରିଆ ଇତ୍ୟାଦି ର ଶିକାର କରାଇଥାଏ । ଆମକୁ ସେଥି ପ୍ରତି ସଜାଗ ରହିବା ଆବଶ୍ୟକ ।
ଆସନ୍ତୁ ଜାଣିବା ବର୍ଷ ଋତୁରେ କେଉଁ ସବୁ ଖାଦ୍ୟକୁ ସାମିଲ କରିବା ଉଚିତ୍ –
* ସକାଳ ଜଳଖିଆ ରେ କିଛି ହାଲୁକା ଖାଦ୍ୟ ଖାଇବା ଉଚିତ୍ । ଯେପରିକି କର୍ନ ଫ୍ଲେକ୍ସ , ଉପମା , ଓଟସ , ବାସି ରୁଟି , ଛତୁଆ ଇତ୍ୟାଦି । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହିତ ପୋଷାକ ତତ୍ତ୍ଵ ମଧ୍ୟ ଯୋଗାଇବ ।
ତା ସହିତ କିଛି ଫଳ ଯେପରିକି ପାଚିଲା କଦଳୀ , କିଛିଟା ଖଜୁରୀ ଓ ବର୍ଷା ଦିନିଆ ଫଳ କିଛି ସେବନ କରିବା ଉଚିତ୍ ।
* ମଧ୍ୟାହ୍ନ ଭୋଜନ – ମଧ୍ୟାହ୍ନ ଭୋଜନ ରେ ଆପଣ ଭାତ , ରୁଟି , ଡାଲି , ତରକାରି ସହିତ ଦହି ଖାଇବା ନିହାତି ଉଚିତ୍ । ଦହିରେ ଭିଟାମିନ ସି ଓ କ୍ୟାଲସିୟମ ରହିଛି । ଏହା ଆପଣଙ୍କୁ ବିଭିନ୍ନ ସଂକ୍ରମଣରେ ରକ୍ଷା କରିଥାଏ । ତା ସହିତ ହାଡ ଯନ୍ତ୍ରଣା ରୁ ମଧ୍ୟ ଦୂରେଇ ରଖିଥାଏ ।
ମଧ୍ୟାହ୍ନ ଭୋଜନରେ ବିଶେଷ ଭାବରେ କିଛି ପରିମାଣରେ ସାଲାଡ଼ ସେବନ କରିବା ଉଚିତ୍ । ସାଲାଡ଼ ଆପଣଙ୍କ ପେଟକୁ ସୁସ୍ଥ ରଖିବା ସହିତ ଗ୍ୟାସ୍ ଏସିଦିତି ପ୍ରଭୃତି ସମସ୍ୟାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
* ରାତ୍ରି ଭୋଜନ – ରାତ୍ରି ଭୋଜନ ଶୀଘ୍ର କରିବା ଆବଶ୍ୟକ । ଏହା ହାଲୁକା ହୋଇଥିବା ଉଚିତ୍ । ଯେପରିକି ଚୁଡ଼ା ଉପମା , ରୁଟି ଡାଲି , ସିଝା ଅଣ୍ଡା , ଷ୍ଟିମ୍ ରାଇସ୍ ଇତ୍ୟାଦି ଖାଇବା ଉଚିତ୍ ।
ଏହିସବୁ ଖାଦ୍ୟ ସହିତ ସବୁଦିନ ଶୋଇବା ପୁର୍ବରୁ ଗୋଟିଏ ଗ୍ଲାସ୍ ଉଷୁମ ଦୁଗ୍ଧ ସହ ଗୋଟିଏ ଚାମଚ୍ ମହୁ ମିଶାଇ ସେବନ କରନ୍ତୁ । ଏହା ଆପଣଙ୍କୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିବା ସହିତ ଭଲ ନିଦ କରାଇବାରେ ସାହାଯ୍ୟ କରିଥାଏ ।

Comments are closed.