ଭାରତରେ ବର୍ତ୍ତମାନ୍ ବର୍ଷା ଋତୁ ଆସି ଯାଇଛି , ବର୍ତ୍ତମାନ୍ ଟିକେ ଗ୍ରୀଷ୍ମ ପ୍ରକୋପ ରୁ ଆରାମ ମିଳିଛି । କିନ୍ତୁ ବର୍ତ୍ତମାନ୍ ସମୟରେ ବିଭିନ୍ନ ପ୍ରକାରର ସଂକ୍ରମଣ ଦେଖା ଦେଉଛି । ଆଗରୁ ଆମେ ଏହି ସବୁ ସଂକ୍ରମଣ ରେ ସଂକ୍ରମିତ ହେଉଥିଲେ ମଧ୍ୟ ଏତେ ଭୟ କରୁ ନଥିଲେ । କିନ୍ତୁ ବର୍ତ୍ତମାନ୍ ଏହି ବର୍ଷା ଋତୁ ଥଣ୍ଡା ଓ ଜ୍ଵର ମଣିଷ ମନରେ ଭୟ ସୃଷ୍ଟି କରୁଛି ।
ଆସନ୍ତୁ ଆଜି ଜାଣିବା ବର୍ଷା ଋତୁରେ ନିଜକୁ କିପରି ବିଭିନ୍ନ ସଂକ୍ରମଣ ଠାରୁ ଦୂରେଇ ରଖିବା ।
* ଆମ ରୋଷେଇ ଘରେ ଥିବା ମସଲା ଡବା ହେଉଛି ଗୋଟିଏ ବଡ ଔଷଧ ଭଣ୍ଡାର । ଏଥିରେ ହଳଦୀ , ଜୀରା , ଅଦା, ରସୁଣ,ଲବଙ୍ଗ ଡାଲଚିନି , ଗୋଲମରିଚ , ଭୃଷୁଙ୍ଗ ପତ୍ର , ତୁଳସୀ ପତ୍ର ସହିତ ମିଶାଇ କାଢା ପ୍ରସ୍ତୁତ କରନ୍ତୁ ଓ ମହୁ ସହିତ ନିୟମିତ ସେବନ କରି ଏହି ବର୍ଷା ଋତୁ ରୋଗରୁ ଆରାମ ପାଆନ୍ତୁ ।
* ବର୍ଷା ଋତୁରେ ଗରମ୍ ଗରମ୍ ଶୁପ୍ ପିିବାକୁ ସମସ୍ତେ ପସନ୍ଦ କରନ୍ତି । ବର୍ଷା ଋତୁରେ ନିଜକୁ ନିରୋଗି ରଖିବା ପାଇଁ ବିଭିନ୍ନ ପରିବାରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ସୁପ୍ । ଏଥିରେ ଟମାଟୋ , ରସୁଣ ଓ ଅଦା ସାମିଲ କରିବାକୁ ଆଦୌ ଭୁଲିବେ ନାହିଁ । ସୂପ ସହିତ ଏହିସବୁ ଜିନିଷକୁ ମିଶାଇବା ଦ୍ଵାରା ଆମେ ରୋଗ ସହିତ ଲଢି ପାରିବା ।
* ବର୍ଷା ଦିନେ ଜ୍ଵର , ଥଣ୍ଡା ଓ କାଶ ହେବା ଏକ ସ୍ବାଭାବିକ ସମସ୍ୟା । ଏହି ସବୁ ରୋଗ ସହିତ ଲଢ଼ିବା ପାଇଁ ଓ ନିଜକୁ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ବ୍ରକୋଲି , ଫୁଲକୋବି ଓ ମୂଳା ଇତ୍ୟାଦି ପରିବା ଖାଇବା ନିହାତି ଆବଶ୍ୟକ । କାରଣ ଥଣ୍ଡା ରହିବା କାରଣରୁ ଆଣ୍ଠୁ ଗଣ୍ଠି ସମସ୍ୟା ମଧ୍ୟ ଦେଖାଦିଏ । ଯାହା ଦ୍ଵାରା ଆମେ ଆରାମ ପାଇବା ।

Comments are closed.