Odisha news

ବନ୍ୟା ଥମୁଛି, ଦୁର୍ଦ୍ଦଶା ବଢୁଛି କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ, ଏବେ ବି ବହୁ ଗାଁ ବନ୍ୟା ଘେରରେ

0

ଭଦ୍ରକ/ଆରଡି :ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଆରଡି ସମେତ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତି ଧିରେଧିରେ ସୁଧାର ଆସୁଛି । ସୋମବାର ବନ୍ୟାଜଳ ସାମାନ୍ୟ ହ୍ରାସ ପାଥିଲେ ମଧ୍ୟ ଏବେବି ବହୁ ଗାଁ ଜଳବନ୍ଦୀ ହୋଇ ରହିଛି । ଯେଉଁ ସ୍ଥାନରେ ବନ୍ୟାପାଣି କମିଛି ସେଠାରେ ବିପନ୍ନଙ୍କ ଦୁର୍ଦଶା ବଢିବାରେ ଲାଗଛି । କେଉଁଠି ଝାଟିମାଟି ଘରେ ବନ୍ୟାପାଣି ପସିଥିବାରୁ ଧରାଶ୍ରାୟୀ ହୋଇଛି ତ ଆଉ କେଉଁଠି କାଚଘର ଭୂଇଁରେ ଲୋଟୁଛି । ବିପନ୍ନଙ୍କର ଦୁର୍ଦଶା ଏପରି ହୋଇଛି ଦୀର୍ଘ ୫ଦିନ ହେଲା ରାସ୍ତା ଉପରେ ରୋଷେଇ କରିବା ସହ ଆଶ୍ରୟ ନେଇଛନ୍ତି ।

ହେଲେ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ବିପନ୍ନଙ୍କ ଦୁର୍ଦଶା ୨ଗୁଣିତ ହୋଇଛି । ବିଶେଷକରି ସୋମବାର ସକାଳେ ମୁଆଁ ଗାଁ ନିକଟରେ ୨ଟି କୁମ୍ଭୀର ନଦୀର ବାଟବଣା ହୋଇ ବନ୍ୟାଜଳରେ ଜନବସତି ଆଡକୁ ଚାଲି ଆସିଥିବା କିଛି ଗାଁ ଲୋକ ଦେଖିବା ସହ ନଦୀ ଆଡକୁ ଘୋଓଡାଇଥିଲେ ମଧ୍ୟ ଗୋଟିଏ କୁମ୍ଭୀର ନଦୀକୁ ଚାଲିଯାଇଥିଲା । ହେଲେ ଅନ୍ୟ କୁମ୍ଭୀର ଗାଁ ନିକଟରେ ଲୁଚି ରହିଥିବାରୁ ଲୋକମାନେ ଏବେବି ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେହିପରି କେତେକ ସ୍ଥାନରେ ଯାତାୟତ ସୁଧାର ଆସିଥିଲେ ମଦ୍‍ୟ ବହୁ ସ୍ଥାନରେ ଏବେବି ନଳକୂପ ବୁଡି ରହିଥିବାରୁ ଲୋକମାନେ ଦେଶୀଡଙ୍ଗା ଦ୍ୱାରା ପିଇବା ପାଣି ନେଉଥିବା ବନ୍ୟାଅଞ୍ଚଳରେ ଦେଖିବାକୁ ମିଳିଛି । ତାହାସହ ଏକରଏକର ଚାଷଜମିରେ ବନ୍ୟାଜଳ ଏବେବି ଅଣ୍ଟାଏ ଉଚ୍ଚରୁ ଲହଡି ଭାଙ୍ଗୁଛି

Leave A Reply