କୋଚି: ଆଜି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରି ପ୍ରବାହିତ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।
ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ସୃଷ୍ଟି ହେବା ଯୋଗୁଁ ଜୁନ୍ ୧ ତାରିଖ ଦିନ କେରଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କହିଥିଲା।

ବଙ୍ଗୋପସାଗର ଉପରେ ସୃଷ୍ଟ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ଏ ବର୍ଷ ଭାରତରେ ମୌସୁମୀ ବାୟୁ ଅଗ୍ରଗତିକୁ ତ୍ବରାନ୍ବିତ କରିଛି। ଏ ବର୍ଷ ଭାରତରେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ସ୍ବାଭାବିକ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ମେ ୩୦ ତାରିଖ ଦିନ ଘରୋଇ ପାଣିପାଗ ସଂସ୍ଥାନ ସ୍କାଇମେଟ୍ ନିଶ୍ଚିତ କରି କହିଥିଲା ଯେ କେରଳକୁ ମୌସୁମୀ ବାୟୁ ଆସିସାରିଛି। ଜୁନ୍ରୁ ସେପ୍ଟେମ୍ବର ମାସ ଯାଏଁ, ଚାରିମାସ ଦେଶରେ ୭୫% ବୃଷ୍ଟିପାତ ହେବ।