ମୟୂରଭଞ୍ଜ ଜିଲ୍ଲାରେ ଦୁଇଦିନ ହେବ ଲାଗିରହିଛି ଲଗାଣ ବର୍ଷା। ଏହି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ଅନେକ ବନ୍ଧ ଗୁଡିକରେ ବର୍ଷାଜଳ ଭର୍ତି ହୋଇଯାଇଥିବା ହେତୁ , ଅତିରିକ୍ତ ଜଳକୁ ନିଷ୍କାସନ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।କିଂତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅଧିନ କେଉଟୁଣୀମାରି ପଞ୍ଚାୟତ ର ହାତୀମଡା ମୁସଲିମ ସାହି ରେ। ସେଠାରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ
ବର୍ତମାନ ଏହି ଅଂଚଳ ବାହ୍ୟ ଜଗତରୁ ସମ୍ପୂର୍ଣ ବିଛିନ୍ନ।ଏହି ଅଂଚଳରେ ଦୀର୍ଘ 08 ବର୍ଷ ଧରି ନିର୍ମାଣ ଚାଲିଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ର ହଳଦିଆ ଡେମ ଓ ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି DD BUILDER ନାମକ ଏକ ଠିକା ସଂସ୍ଥା।
ମିଳୁଥିବା ସୂଚନା ଅନୁଯାୟୀ ବନ୍ଧରେ ଅତ୍ୟଧିକ ଜଳ ପ୍ରବେଶ ଯୋଗୁ ଠିକା ସଂସ୍ଥା ପକ୍ଷରୁ ଜଳ ନିଷ୍କାସନ ପାଇଁ ଏକ କୁତ୍ରିମ ନାଳ କଟା ଯାଇଥିଲା।ତେବେ ପାଣିର ବେଗ ତୀବ୍ରତର ଥିବାରୁ ହାଥିମଡା ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଥିଲା।ଯାହାର ପରିଣାମ ସ୍ୱରୂପ ଏହି ଗ୍ରାମରେ ବାସ କରୁଥିବା 45 ପରିବାରର ପ୍ରାୟ150 ରୁ ଉର୍ଦ୍ଧ ଲୋକେ ବର୍ତମାନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି।ଲୋକେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପାଇଁ ବିପଦପୂର୍ଣ୍ଣ ଭାବେ ଭରା ନାଳରେ ଜୀବନକୁ ବାଜିଲଗାଇ ପାର ହେଉଥିବାର ଦେଖିବାକୁ ମିଳିଥିଲା।ଆଜି ସକାଳୁ ଶେକ ଜାହିର ଙ୍କ 11 ବର୍ଷୀୟ ପୁତ୍ର ଶେକ ଇଜରାଇଲର ଦେହ ଖରାପ ହେବାରୁ ତାକୁ ଏକ ଖଟିଆ ସାହାଯ୍ୟରେ ଗ୍ରାମବାସୀ ଭରାନାଳ ପାର କରି ମେଡ଼ିକାଲ ନେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ରାସ୍ତାରେ ଏକ ଅସ୍ଥାୟୀ ପୋଲ ନିର୍ମାଙ୍କୁ ନେଇ ଠିକାସଂସ୍ଥା କୁ ଦେଖା କରିବାରୁ , ଠିକାସଂସ୍ଥା ର ଅଧିକାରୀ ତାଙ୍କୁ ଖରାପ ବ୍ୟବହାର କରିବା ସହ ବର୍ତମାନ କିଛି କରିହେବ ନାହିଁ ତୁମେ ଯାହା ପାଖରେ ଅଭିଯୋଗ କରିବାକୁ ଚାହୁଁଚ କରିପାର ବୋଲି କହିଥିଲେ।ତେବେ ଦେଖିବାକୁ ବାକି ରହିଲା ଠିକା ସଂସ୍ଥାର ଏଭଳି ଖମଖିଆଲି କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି।