Odisha news

ଶ୍ରାବଣରେ ବର୍ଷାର ଦେଖାନାହିଁ

0

ପୁରୀ : ଚଳିତ ବର୍ଷ ଶ୍ରାବଣ ମାସ ଅଧା ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଆଶାନୁରୂପକ ବର୍ଷା ହୋଇନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଂଚଳର ରମେଶ ଚନ୍ଦ୍ର ଦଳବେହେରା ୧୦ ମାଣରୁ ଅଧିକ ବିଲରେ ଧାନ ଚାଷ କରି ଏବେ ହତାସ ହୋଇ ବସିଛନ୍ତି । ଲକ୍ଷାଧିକ ଟଙ୍କାର ଧାନ ଚାଷ ନଷ୍ଟ ହୋଇଛି । ବ୍ଲକର କୃଷି ବିଭାଗରୁ ସରକାରୀ ଧାନ ବିହନ ନେଇ ବିଲରେ ବୁଣିଥିଲେ । ଧାନ ଗଛ ହେବା ପରେ ଏବେ ତଳି ଉପାଡିବା ସମୟରେ ବିଲରେ ପାଣି ନାହିଁ । ପ୍ରବଳ ଖରା ଯୋଗୁଁ ଚାଷବିଲ ଫାଟି ଆଁ କରିଛି । ଅନେକ ଧାନଗଛ ଶୁଖି ମରିଯାଇଛି । ସେହି ଅଂଚଳରେ ମଧୁର ପାଣିର କେନାଲ ନଥିବାରୁ ବର୍ଷା ଜଳ ଉପରେ ଚାଷୀ ନିର୍ଭର କରି ଚାଷ କରିଥିଲେ । କିନ୍ତୁ ଅଦ୍ୟାବଧି ଆଶାନୁରୂପକ ବର୍ଷା ହୋଇନଥିବାରୁ ଏକର ଏକର ଚାଷ ଜମି ଜଳାଭାବରୁ ନଷ୍ଟ ହୋଇଛି ।

Nalco

Leave A Reply