Odisha news

ପହିଲି ବର୍ଷାରେ ଧରାପୃଷ୍ଠ ଭିଜିଲା : ଚାଷୀ ମନରେ ହରଷ ଆସିଲା

0

ଜମନକିରା,୨୫/୬ : ୪ ମାସର ପ୍ରଚଣ୍ଡ ଗ୍ରୀଷ୍ମ ଖରା ଦାଉରୁ ଲୋକେ କାଲୁବାଲୁ ଆଉଟୁପାଉଟୁ ହେଉଥିବା ବେଳେ ବର୍ଷର ପ୍ରଥମ ବର୍ଷାରେ ଲୋକେ ଟିକିଏ ଆସ୍ଵସ୍ଥି ଅନୁଭବ କରିଛନ୍ତି। ଶାନ୍ତି ଅନୁଭବ କରିବା ସହ ଖୁସିରେ ମନ ପ୍ରଫୁଳିତ ହୋଇଛନ୍ତି। ଗତ ୪ ମାସର ଅସହ୍ୟ ଗୁଲୁଗୁଲି ଓ ଟାଣୁଆ ଖରା ଯୋଗୁଁ ଅନେକ ଅଞ୍ଚଳରେ ନଈ ନାଳ, ପୋଖରୀ ପାଣି ଶୁଖି ଯିବା ସହ ବଣ ପାହାଡ଼ର ବୃକ୍ଷରାଜି ମଧ୍ୟ ହଜି ଯାଉଥିବା ଦେଖିବାକୁ ମିଳୁଥିଲା। ଯାହା ଫଲରେ ଲୋକେ ପାଣି ପାଇଁ ଡହକବିକଳ ହେଉଥିବା ବେଳେ ବନ୍ୟ ଜୀବଜନ୍ତୁ ମଧ୍ୟ ଅନେକ ପ୍ରାଣ ହରାଇଥିବା ଦେଖିବାକୁ ମିଳିଥିଲେ। କିନ୍ତୁ ଗତକାଲିର ବର୍ଷା ଯୋଗୁଁ ଏବେ ନଈନାଳ, ପୋଖରୀ, କଟା, ଚାଷ ଜମି ଆଦିରେ ପାଣି ଫୁଲି ଉଠିଛି। ଏବେ ଧରା ପୃଷ୍ଠ ସବୁଜ ହରାଭରା ହେବାକୁ ବସିଛି। ଚାଷୀ ମନ ଉଲ୍ଲାସିତ ହୋଇଉଠିଛି। ଗତକାଲି ଠାରୁ ଅନବରତ ଲାଗି ରହିଥିବା ପ୍ରବଳ ବର୍ଷା ଜଳରେ ନଦୀ ପୋଖରୀରେ ପାଣି ଭରି ଯାଇଛି। ଲୋକେ ସୁଯୋଗ କୁ ହାତ ଛଡା ନକରି ନଇ,ନାଳ ମାନଙ୍କ ରେ ମାଛ ଧରୁଥିବା ଦୃଶ୍ୟ ବେଶ ଦେଖିବାକୁ ମିଳିଛି। ଚାଷୀ ପରିବାର ଏଥିପାଇଁ ବହୁତ ଖୁସି ଅଛନ୍ତି।

Leave A Reply