Odisha news

ଅଦିନିଆ କାଳ ବୈଶାଖୀ : ଗଛ ଭାଙ୍ଗିଲା, ବିଦ୍ୟୁତ ଖୁଣ୍ଟ ଶୋଇଲା, ବର୍ଷା କାଚିଲା ପ୍ରବଳ ପବନ ବହିଲା

0

ନିରାକାରପୁର,୨୦/୩: ଆଜି ଅଦିନିଆ କାଳ ବୈଶାଖୀ ଯୋଗୁ ଖୋରଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଦିନ ଗୋଟାଏ ସମୟରେ ହଠାତ ନିରାକାରପୁର  ଓ ଆଖପାଖ ଅଞ୍ଚଳରେ ଘଡଘଡି ସହିତ ପ୍ରବଳ ବର୍ଷା,ପବନ ହୋଇଥିଲା। ପବନ ବେଗ ଏତେ ପ୍ରଚଣ୍ଡ ଥିଲା ଯେ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛ ଭାଙ୍ଗିବା ସହିତ ବହୁ ଜାଗାରେ ବିଦ୍ୟୁତ୍ ଖୁଣ୍ଟ ରାସ୍ତାରେ ସୋଇପଡିଥିଲା। ଯାହା ଫଳରେ ଦୀର୍ଘ ସମୟ ରାସ୍ତାରେ ଯାତାୟାତ ଠପ୍ ହେବା ସହିତ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ପରେ ବିଭାଗୀୟ କର୍ମଚାରୀ ମାନେ ବହୁ ସମୟ ଧରି ଚେଷ୍ଟା କରି ରାସ୍ତା ସଫା କରି ବିଦ୍ୟୁତ୍ ସରବରାହ ସ୍ଵାଭାବିକ କରିଥିଲେ।

Nalco
Leave A Reply