Odisha news

ଭାରତ ଇତିହାସ ରେ ପ୍ରଥମ : ଚୋର ଚୋରୀ କଲେ ରେଳ ଇଂଜନ୍

0
ନୂଆଦିଲ୍ଲୀ : ବିହାର ରେ ଚୋର ମାନଙ୍କ ର ଗୋଟିଏ ଏଭଳି କାଣ୍ଡ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରୋହତାସ ରେ ଲୁହାର ୫୦୦ ଟନ୍ ର ଲୁହା ପୋଲ ଚୋରି କରିବା ପରେ ଚୋର ମାନେ ଅନ୍ୟ ଗୋଟିଏ ଘଟଣା ଘଟାଇଛନ୍ତି । ଚୋର ମାନେ ସୁଡ଼ଙ୍ଗ ତିଆରି କରି ଗୋଟିଏ ଟ୍ରେନ କୁ ଗାୟବ କରି ଦେଇଛନ୍ତି । ପୋଲିସ ର ସୂଚନା ଅନୁସାରେ ମୂଜାଫର୍ ପୁର ରେ ଗୋଟିଏ କବାଡ଼ିଆ ଦୋକାନ ରୁ ଏହି ଟ୍ରେନ ର ସମସ୍ତ ପାର୍ଟ ମିଳିଥିଲା ।
ପୋଲିସ ର ସୂଚନା ଅନୁସାରେ ଗତ ସପ୍ତାହ ରେ ବେଗୁସରାୟ ଜିଲ୍ଲାର ବରାଉନି ସ୍ଥିତ ଗରା ହାରା ୟାର୍ଡ ରେ ରିପେରିଙ୍ଗ ପାଇଁ ଆସିଥିବା ଗୋଟିଏ ରେଳ ର ଡିଜେଲ୍ ଇଞ୍ଜନ କୁ ଗୋଟିଏ ଚୋର ଦଳ ଚୋରି କରି ନେଇଥିଲେ । ଏହି ଚୋର ଦଳ ପ୍ରଥମ ଥର ଅଳ୍ପ କିଛି ଚୋରି କରି ତାହାକୁ ହାସଲ କରିଥିଲେ । ଏହି ଘଟଣା ସେତେବେଳେ ସାମ୍ନା କୁ ଆସିଲା ଯେତେବେଳେ ପୋଲିସ ୩ଜଣ ଙ୍କୁ ଗିରଫ କରି ଥିଲା । ଚୋର ଙ୍କ ତଥ୍ୟ ଆଧାରରେ ପୋଲିସ ମୂଜାଫର ପୁର ର ଗୋଟିଏ କାବଡିଆ ଦୋକାନ ରୁ ଚୋରି ହୋଇଥିବା ଇଞ୍ଜନ୍ ର ପାର୍ଟ୍ ୧୩ ଟି ବସ୍ତା ପୋଲିସ ଜବତ କରିଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଅନୁସାରେ ” ଆଶ୍ଚର୍ଯ୍ୟର କଥା ହେଲା ଆମେ ରେଳ ୟାର୍ଡ୍ ନିକଟରେ ଗୋଟିଏ ସୁଡ଼ଙ୍ଗ ପାଇଥିଲୁ । ଯେଉଁ ସୁଡ଼ଙ୍ଗ ଦେଇ ପ୍ରତିଦିନ ଚୋର ମାନେ ଆସୁଥିଲେ ଓ କିଛି କିଛି ଜିନିଷ ଚୋରି କରି ନେଇ ଯାଇଥିଲେ । ଯେଉଁ ବିଷୟରେ ପୋଲିସ ଅଧିକାରୀ ଆଜ୍ଞ ଥିଲେ ।
କିଛିଦିନ ପୂର୍ବରୁ ପୁର୍ଣିଆ ଜିଲ୍ଲାରେ କିଛି ଚୋର ଗୋଟିଏ ୱିନ୍ଟେଜ ମିଟର ଗେଜ୍ ଷ୍ଟିମ୍ ଇଞ୍ଜାନ ରେଳ ଇଞ୍ଜନ କୁ ବିକ୍ରି କରିଦେଲେ । ଯାହାକୁ ସାର୍ବଜନୀକ ପ୍ରଦର୍ଶନ ପାଇଁ ରେଳ ଷ୍ଟେସନ ରେ ପ୍ରଦର୍ଶନ କରାଯାଉଥିଲା । ଯାଞ୍ଚ୍ ସମୟରେ ଜଣା ପଡ଼ିଲା ଯେ ଜଣେ ରେଳବାଇ ଇଞ୍ଜିନିୟର ସମସ୍ତିପୁର ଡିଭିଜନ ର ଜିଭିଜନଲ ଇଞ୍ଜିନିୟର ଙ୍କ ପକ୍ଷରୁ ଜାରି ହୋଇଥିବା ଗୋଟିଏ ଜାଲି ପତ୍ର ଆଧାରରେ ଗୋଟିଏ କ୍ଲାସିକ୍ ଷ୍ଟିମ ଇଂଜନ କୁ ବିକ୍ରି କରି ଦିଆ ଯାଇଥିଲା ।
Leave A Reply