କେନ୍ଦ୍ରାପଡା-୦୫/୧୨ ଲଘୁଚାପ ଓ ବାତ୍ୟା ଜୱାଦ ର ପ୍ରଭାବରେ ୩ଦିନ ହେଲା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ କେନ୍ଦ୍ରାପଡା ପୈାରାଂଚଳର କେତେକ ୱାର୍ଡ ଜଳବନ୍ଦୀ ରହିବା ସହ ଜନ ସାଧାରଣଙ୍କ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି । ପୈାରାଂଚଳର ଜଇପୁରା, ରଣପଡା, କନିଆଜୋରୀ, ଆମୱାଡି, କଜଳା ପ୍ରଭୃତି ଗ୍ରାମଥିବା ୱାର୍ଡ ଗୁଡିକ ପାଣି ଘେରରେ ରହିଛି । ସହର ତଳି ଅଂଚଳ ହୋଇଥିବାରୁ ଓ ପ୍ରାକୃତିକ ଜଳ ନିଷ୍କାସନ ପଥ ଅବରୁଦ୍ଧ ହୋଇଥିବାରୁ ବର୍ଷାପାଣି ବାହାରି ନପାରି ଜମି ରହିଛି । ଏପରିକି କେତେକ ଘର ପିଣ୍ଢା ପର୍ଯ୍ୟନ୍ତ ପାଣି ଲହଡି ଭାଙ୍ଗୁ ଥିବାରୁ ଅଧିବାସୀ ମାନେ ଚଳପ୍ରଚଳ ହେବାରେ ଆସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳ ନିଷ୍କାସନ ପାଇଁ ପୈାରସଂସ୍ଥା ପକ୍ଷରୁ ଏହି ଗ୍ରାମ ଗୁଡିକରେ ମୋଟର ପମ୍ପ ବସାଯାଇ ପାଣି ଉଠା ଯାଉଥିବା ବେଳେ ତୁହାକୁ ତୁହା ବର୍ଷାରେ ପାଣି ଛାଡିବାର ନାଁ ଧରୁନାହିଁ । ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଗ୍ରାମ ଗୁଡିକ ପରିଦର୍ଶନ କରି ଜଳ ନିଷ୍କାସନ ତଦାରଖ କରୁଥିବା ସୂଚନା ମିଳିଛି ।