Odisha news

ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ ମଧ୍ଯରେ ବିଦ୍ୟୁତିକରଣ କାର୍ଯ୍ଯ ଶେଷ

● ନୟାଗଡ଼ ଟାଉନ୍ – ମହିପୁର ବିଦ୍ୟୁତିକରଣ ଶୀଘ୍ର ଶେଷ ହେବ 

● ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ୍ ମଧ୍ଯରେ ରେଳ ବିଦ୍ୟୁତିକରଣ କାର୍ଯ୍ଯ ଯାଞ୍ଚ

ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ରେଳ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି |
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ / କୋଲକାତାସ୍ଥିତ ରେଳ ସୁରକ୍ଷା ଆୟୁକ୍ତ (CRS) ଗତକାଲି (୨୯.୦୩.୨୦୧୧) ପୂର୍ବ ତଟ ରେଳପଥର ପ୍ରମୁଖ ବୈଦ୍ୟୁତିକ ଇଞ୍ଜିନିୟର (PCEE) ଶ୍ରୀ ବି. ପି. ପଣ୍ଡା, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏସ.କେ ସିଂ ଏବଂ ରେଳ ବିଦ୍ୟୁତିକରଣ (RE) ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି) ଶ୍ରୀ କେ ନାଗେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ 66 କିଲୋମିଟର ଦୈର୍ଘ୍ୟ ରେଳ ଲାଇନରେ ବିଦ୍ୟୁତିକରଣ କାର୍ଯ୍ୟ ଯାଞ୍ଚ କରିଛନ୍ତି

ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ପରିଚାଳିତ ଯାଞ୍ଚ ସମୟରେ ସ୍ୱତନ୍ତ୍ର ଟ୍ରେନ କୁ ଇଲେକ୍ଟ୍ରିକ ଲୋକୋମୋଟିଭ ଦ୍ୱାରା ନୟାଗଡ଼ ଟାଉନ୍ ଠାରୁ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ୮୦ କିଲୋମିଟର ବେଗରେ ଚଳାଚଳ କରାଯାଇ ନୀରିକ୍ଷଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା | ଏହି ବିଦ୍ୟୁତିକରଣ ପ୍ରକଳ୍ପ ପାଇଁ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ ହେବ | ନୟାଗଡ଼ ଟାଉନରୁ ମହିପୁର ପର୍ଯ୍ୟନ୍ତ ରେଳ ବିଦ୍ୟୁତିକରଣ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ |

Comments are closed.