Odisha news

ନିର୍ଦ୍ଧାରିତ ଗତିପଥରେ ଚଳାଚଳ କରିବ ପ୍ରଶାନ୍ତି ବିଶେଷ ଏକ୍ସପ୍ରେସ : ଗୁଣ୍ଟୁର-ବିଶାଖାପାଟନମ୍-ଗୁଣ୍ଟୁର ବିଶେଷ ଟ୍ରେନ ପୁନଃ ଚଳାଚଳ

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ କୁ ଏହାର ନିର୍ଦ୍ଧାରିତ ଚଳାଚଳ ପଥରେ ଚଳାଇବାପାଇଁ ଏବଂ ଗୁଣ୍ଟୁର-ବିଶାଖାପାଟନମ୍-ଗୁଣ୍ଟୁର ବିଶେଷ ଟ୍ରେନକୁ ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଦୋନାକୋଣ୍ଡା ଡୋନାକୋଣ୍ଡା-ଗାଜେଲାକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରଶାନ୍ତି ବିଶେଷ ଟ୍ରେନ 29 ମାର୍ଚ୍ଚରୁ 1 ଏପ୍ରିଲ, 2021 ମଧ୍ୟରେ ଗୁଣ୍ଟୁର- କାଚେଗୁଡା-ଗୁଡୁର-ରେଣିଗୁଣ୍ଟା-ମେଲପାକକମ୍-କାଟପାଡି-ଜୋଲାରପେଟାଇ ହୋଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲାବେଳେ ଗୁଣ୍ଟୁର-ବିଶାଖାପାଟନମ୍-ଗୁଣ୍ଟୁର ବିଶେଷ ଟ୍ରେନ କୁ ବାତିଲ କରାଯାଇଥିଲା |

08463/08464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ 30 ମାର୍ଚ୍ଚ, 2021 ଠାରୁ ଏହାର ନିର୍ଦ୍ଧାରିତ ମାର୍ଗରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି |

ସେହିଭଳି, 07239/07240 ଗୁଣ୍ଟୁର-ବିଶାଖାପାଟନମ୍-ଗୁଣ୍ଟୁର ଗୁଣ୍ଟୁର ଠାରୁ ଏପ୍ରିଲ ୨ ତାରିଖ ଠାରୁ ଏବଂ ବିଶାଖାପାଟଣାରୁ 3 ଏପ୍ରିଲ, ୨୦୧୧ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି |

Comments are closed.