08417 ପୁରୀ-ଗୁଣୁପୁର ସ୍ପେଶାଲ୍ ପୁରୀରୁ ଏପ୍ରିଲ ମାସ ୨୨ ତାରିଖ ଠାରୁ ପ୍ରତ୍ୟହ ପୂର୍ବାହ୍ନ ୯ଘ.୩୦ମି.ରେ ଛାଡି ଗୁଣୁପୁର ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବାକୁ ଥିବାବେଳେ ଫେରିବା ମାର୍ଗରେ 08418 ଗୁଣୁପୁର-ପୁରୀ ସ୍ପେଶାଲ୍ ଗୁଣୁପୁର ଠାରୁ ଏପ୍ରିଲ ମାସ ୨୩ ତାରିଖ ଠାରୁ ପ୍ରତ୍ୟହ ସକାଳ ଛଅ ଘଟିକାରେ ଛାଡି ପୁରୀ ଠାରେ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚିବ |
ପୁରୀ-ଗୁଣୁପୁର-ପୁରୀ ସ୍ୱତନ୍ତ୍ର ଟ୍ରେନରେ ଛଅଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ଗୁଣୁପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, କଣାସ ରୋଡ୍, ମୋଟରୀ, ଖୋର୍ଦ୍ଧା ରୋଡ୍, ତାପଙ୍ଗ, ନିରାକାରପୁର, ଭୂଷଣ୍ଡପୁର, କାଳୁପଡାଘାଟ, କୁହୁଡ଼ି, ଗଙ୍ଗାଧରପୁର, ବାଲୁଗାଁ,ଚିଲିକା, ଖଲିକୋଟ, ରମ୍ଭା, ହୁମ୍ମା, ଗଞ୍ଜାମ, ଛତ୍ରପୁର, ଜଗନ୍ନାଥପୁର, ବ୍ରହ୍ମପୁର, ଗୋଳନ୍ଥରା, ସୁରଲା ରୋଡ୍, ଇଛାପୁରମ୍, ସୋମପେଟା, ମଣ୍ଡାସା ରୋଡ୍, ପଲାସା, ପୁଣ୍ଡି, ନୌପଡା, ଟୀକ୍କାଲି, ପଥପାଟ୍ଟନମ, ପାରଳାଖେମୁଣ୍ଡି, କାଶୀନଗର ଓ ବଂଶଧରା ଷ୍ଟେସନ ମାନଙ୍କରେ ରହଣି କରିବ |
Comments are closed.