Odisha news

ରେଳବାଇ ସୁରକ୍ଷା ବଳ କର୍ମଚାରୀଙ୍କୁ କୋଭିଡ଼୧୯ ଟୀକାକରଣ

କୋଭିଡ -19 ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବ ବୃହତ ଟୀକାକରଣ ଅଭିଯାନରେ ଭୁବନେଶ୍ୱର ସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ପରେ ଏଣିକି ଆଗ ଧାଡ଼ିର କର୍ମଚାରୀ ତଥା (ଫ୍ରଣ୍ଟ ଲାଇନ ୱାର୍କର୍ସ) ଅର୍ଥାତ୍ ରେଳବାଇ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କୁ କୋଭିଡ -୧୯ ଟୀକା ଦିଆଯାଉଛି l

ଫେବୃୟାରୀ ମାସ ୧୯ ଓ ୨୦ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ସର୍ବ ମୋଟ 286 ରେଳ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କୁ କୋଭିଡ -୧୯ ଟୀକା ଦିଆଯାଉଛି l

ଏହାପୂର୍ବରୁ ଭୁବନେଶ୍ୱରର ରେଳବାଇ ସେଣ୍ଟ୍ରାଲ ହସ୍ପିଟାଲର ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ ଷ୍ଟାଫ୍ ମାନଙ୍କ ସମେତ ରେଳବାଇ ସ୍ୱାସ୍ଥ୍ୟ କର୍ମୀଙ୍କୁ Covid19 ଟୀକାକରଣ କରାଯାଇଥିଲା l ପୂର୍ବ ତଟ ରେଳପଥ କେନ୍ଦ୍ରୀୟ ହସ୍ପିଟାଲରେ ସମୁଦାୟ 138 ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ 28 ଦିନର ବ୍ୟବଧାନ ପରେ କୋଭିଡ -19 ଦ୍ଵିତୀୟ ଡୋଜ ଟୀକା 17 ଫେବୃଆରୀ, 2021 ରେ ଦିଆଯାଇଅଛି l  ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ 18 ଜାନୁୟାରୀ, 2021 ଠାରୁ ପ୍ରଥମ ଡୋଜ Covid19 ଟିକା ପର୍ଯ୍ୟାୟ କ୍ରମେ ଦିଆଯାଇଥିଲା l ଅସୁସ୍ଥ ତଥା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରୋଗୀ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ନିର୍ଦ୍ଦେଶାବଳୀ ଅନୁଯାୟୀ ଟୀକାକରଣ ଦିଆଯାଉ ନାହିଁ l

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ଟିକା ପରିଚାଳନା ପାଇଁ ଯଥେଷ୍ଟ ସତର୍କତା ଏବଂ ଯତ୍ନ ନେବାକୁ ରେଳବାଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Comments are closed.