Odisha news

ଟିଟିଲାଗଡ଼ ଓ କେସିଙ୍ଗା ଷ୍ଟେସନ ମଧ୍ୟରେ ରୋଡ଼ ଅଣ୍ଡର ବ୍ରିଜ୍ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ସମାପ୍ତ

0

• କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ମଧ୍ୟରେ ଗହଳି କମିବା ସହିତ ଯାତାୟାତରେ ସୁବିଧା ହେବ ।
• ରେଳବାଇ ଏହାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକରି ଧାର୍ଯ୍ୟ ସମୟସୀମା ପୂର୍ବରୁ ସମାପ୍ତ କରିଛି ।
• ଏହି ରୋଡ଼୍ ଅଣ୍ଡର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେଲେ ବାରମ୍ବାର ଲେଭେଲ୍ କ୍ରସିଙ୍ଗ୍ ଗେଟ୍ ବନ୍ଦ ହେଉଥିବା ହେତୁ ଜନସାଧାରଣ ଭୋଗୁଥିବା ସମସ୍ୟାରୁ ମୁକ୍ତି ପାଇବେ ।
ସମ୍ବଲପୁର ମଣ୍ଡଳର ଟିଟିଲାଗଡ଼ ଓ କେସିଙ୍ଗା ଷ୍ଟେସନ ମଧ୍ୟରେ ଲେଭେଲ୍ କ୍ରସିଙ୍ଗ୍ ସଂଖ୍ୟା ଆର୍ଭି ୧୭୨ ନିକଟରେ ଏହି ୩୬ ମିଟର ରୋଡ଼ ଅଣ୍ଡର ବ୍ରିଜ୍ର ନିର୍ମାଣ ସୂଚାରୁ ରୂପେ ସମ୍ପନ୍ନ ହୋଇଯାଇଛି । ଜାତୀୟ ରାଜପଥ ୨୬ ରେ ଥିବା ଲେଭେଲ୍ କ୍ରସିଙ୍ଗ୍ ଗେଟ୍ ବାରମ୍ବାର ବନ୍ଦ ହେଉଥିବା ହେତୁ ଜନସାଧାରଣ ଭୋଗୁଥିବା ସମସ୍ୟା, ଏହି ରୋଡ଼୍ ଅଣ୍ଡର ବ୍ରିଜ୍ ନିର୍ମାଣ ହେବା ଦ୍ୱାରା, ଦୂର ହେଇପାରିବ । ଏହି ରୋଡ଼୍ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବୀ ହେଇଆସୁଥିଲା ।
ଟ୍ରାକ୍ ତଳେ ୨ ଙ୍ଘ ୫ ମି. ଙ୍ଘ ୫.୧୫ ମି. ଆଭ୍ୟନ୍ତରୀଣ ଆକାରର ୪୮ ସଂଖ୍ୟକ ପ୍ରିକାଷ୍ଟ ଆର୍ସିସି ଟୁଇନ୍ ବକ୍ସ ଗୁଡ଼ିକୁ ଲଗାଇବାପାଇଁ ୭ ଘଣ୍ଟା କାଳ ଯାତାୟାତ ବନ୍ଦ ରଖି ଏହି ରୋଡ଼୍ ଅଣ୍ଡର ବ୍ରିଜ୍ଟିକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରାଯାଇଥିଲା । ଯଦିଓ ୨୦୧୬ ମସିହାରେ ଲେଭେଲ୍ କ୍ରସିଙ୍ଗ୍ ସଂଖ୍ୟା ଆର୍ଭି ୧୭୨ ବଦଳରେ ରୋଡ଼୍ ଓଭର ବ୍ରିଜ୍ ନିର୍ମାଣ ନିମନ୍ତେ ଅନୁମୋଦନ କରାଯାଇଥିଲା ଏବଂ ତାହାକୁ ଜାତୀୟ ରାଜପଥ ଦ୍ୱାରା ନିର୍ମାଣ ହେବାର ଥିଲା, ମାତ୍ର ଭୂମି ଅଧିଗ୍ରହଣ ସମସ୍ୟା ପାଇଁ ତାହା ଜାତୀୟ ରାଜପଥଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇ ପାରି ନାହିଁ । ତେଣୁ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ରେଳ କର୍ତ୍ତୃପକ୍ଷ ଏହି ରୋଡ଼୍ ଅଣ୍ଡର ବ୍ରିଜ୍କୁ ନିଜସ୍ୱ ଖର୍ଚ୍ଚରେ ନିର୍ମାଣ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ଏହି ରୋଡ଼୍ ଅଣ୍ଡର ବ୍ରିଜ୍ ନିର୍ମାଣ ନିମନ୍ତେ ୧୩.୩୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ରେଳବାଇ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରିଥିଲା ଏବଂ କାର୍ଯ୍ୟ ସମାପ୍ତ ତାରିଖ ୨୮.୦୨.୨୦୨୧ ଥିବା ବେଳେ, ଏହାକୁ ଯଥେଷ୍ଟ ପୂର୍ବରୁ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି । ରେଳବାଇ ତ୍ୱରିତ ଭିତ୍ତିରେ ଟେଣ୍ଡର ପ୍ରକ୍ରିୟା ଚୁଡ଼ାନ୍ତ କରିଥିଲା ଏବଂ କୋଭିଡ଼୍ କଟକଣା ସତ୍ତ୍ୱେ ୪ ମାସର ସ୍ୱଳ୍ପ ସମୟାବଧି ମଧ୍ୟରେ ୪୮ ସଂଖ୍ୟକ ବକ୍ସ ସେଗ୍ମେଣ୍ଟ୍ ଓ ୧୦ ସଂଖ୍ୟକ ପ୍ରିକାଷ୍ଟ ରିଟେନିଂ ୱାଲ୍ କାର୍ଯ୍ୟ ସମାପ୍ତ କରିଥିଲା । ପୂର୍ବ ତଟ ରେଳପଥ ପକ୍ଷରୁ ସୂଚାରୁ ରୂପେ ଯାତାୟାତ ବନ୍ଦ ର ବ୍ୟବସ୍ଥା କରାଯାଇ ଟ୍ରାକ୍ ତଳେ ବକ୍ସ ଗୁଡ଼ିକର ପୁରାଇବା କାର୍ଯ୍ୟ ସଫଳ ରୂପେ ସମ୍ପାଦନ କରାଯାଇଥିଲା ।
ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଦାୟିତ୍ୱରେ ଥିବା ରେଳ କର୍ମୀ ମାନଙ୍କୁ ସେମାନଙ୍କର ଉସôର୍ଗୀକୃତ କାର୍ଯ୍ୟ ଓ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଉପରୋକ୍ତ କାର୍ଯ୍ୟର ସଫଳ ସମ୍ପାଦନ ସହିତ, ପୂର୍ବ ତଟ ରେଳପଥ ପୁଣି ଥରେ ସରକାରୀ ପ୍ରକଳ୍ପ ଗୁଡ଼ିକର ସମ୍ପାଦନ ଦିଗରେ ଏହାର ପ୍ରତିଶ୍ରୁତିବଦ୍ଧତା ଓ ଉସôର୍ଗୀକୃତ ସେବା ମନୋଭାବକୁ ଦୋହରାଇଛି । ଉପରୋକ୍ତ ପ୍ରକଳ୍ପକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ କେସିଙ୍ଗା ତଥା କଳାହାଣ୍ଡି ର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିଥିବାରୁ, ଏକ ସୁଦୁର ପ୍ରସାରୀ ପ୍ରଭାବ ପକାଇବ ।

Leave A Reply