2024-25ଆର୍ଥିକ ବର୍ଷ ର 11 ଦିନ ପୂର୍ବରୁ 250 ନିୟୁତ ଟନ୍ ପଣ୍ୟ ପରିବହନ ହାସଲ।
- 250ନିୟୁତ ଟନ୍ ମୂଳ ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳରେ ପ୍ରଥମ ଜୋନ୍।
- ପୂର୍ବ ରେକର୍ଡକୁ ଅତିକ୍ରମ କରି ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ମାଲ ପରିବହନ।
ପୂର୍ବତଟ ରେଳପଥ (ECoR) ପୁଣି ଥରେ ପଣ୍ୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। 202425 ଆର୍ଥିକ ବର୍ଷ ଶେଷ ହେବାର 11 ଦିନ ପୂର୍ବରୁ 250 ନିୟୁତ ଟନ୍ (MT) ମୂଳ ପଣ୍ୟ ପରିବହନ ହାସଲ କରିବାରେ ଭାରତର ପ୍ରଥମ ରେଳ ଜୋନ୍ ହୋଇଛି।
ପୂର୍ବତଟ ରେଳପଥର ପଣ୍ୟ ପରିବହନ ରେକର୍ଡ ଭାରତୀୟ ରେଳବାଇର ସମସ୍ତ ପୂର୍ବ ମାନଦଣ୍ଡକୁ ଅତିକ୍ରମ କରିଛି, ଯାହା ଦେଶର ସର୍ବୋଚ୍ଚ ପଣ୍ୟ ପରିବହନ କ୍ଷେତ୍ର ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିଛି। ଏହି ସଫଳତା ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ 250 ନିୟୁତ ଟନ୍ ସୀମା ଅତିକ୍ରମ କରିଛି। ଏହି ସଫଳତାକୁ ହାସଲ କରିବା ପାଇଁ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷରେ 360 ଦିନ ସମୟ ନେଇଥିଲବେଳେ ଚଳିତ ବର୍ଷ 355 ଦିନରେ ଏହି ଲକ୍ଷ ହାସଲ କରିଛି। ଉଲ୍ଲେଖନୀୟ ଯେ, ପୂର୍ବତଟ ରେଳପଥ କ୍ରମାଗତ ଷଷ୍ଠ ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ପରିବହନ ଅତିକ୍ରମ କରିବାର ଗୌରବ ମଧ୍ୟ ହାସଲ କରିଛି।
ଏହା ବ୍ୟତୀତ, ପୂର୍ବତଟ ରେଳପଥ 2024-25 ଆର୍ଥିକ ବର୍ଷରେ ଏହାର ଅଧିକାରକ୍ଷେତ୍ର ମଧ୍ୟରେ 228.3 ନିୟୁତ ଟନ୍ ମାଲ ପରିବହନ ମୁକ୍ତ/ଅନଲୋଡ କରିଛି, ଯାହା 2023-24 ଆର୍ଥିକ ବର୍ଷ ତୁଳନାରେ 2.6% ଅଧିକ। 2023-24 ଆର୍ଥିକ ବର୍ଷରେ 21 ମାର୍ଚ୍ଚ ସୁଦ୍ଧା, ପୂର୍ବତଟ ରେଳପଥ ଏହାର ଅଧିକାର କ୍ଷେତ୍ରରେ 222.4 ନିୟୁତ ଟନ୍ ମାଲ ପରିବହନ କରିଥିଲା ।
ଏହି ଐତିହାସିକ ସଫଳତା ହାସଲ କରିବାରେ ପୂର୍ବତଟ ରେଳବାଇର ତିନୋଟି ରେଳ ମଣ୍ଡଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରମୁଖ ପଣ୍ୟ ପରିବହନକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ:
- ତାଳଚେରରେଥିବା ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL)ର କୋଇଲା କ୍ଷେତ୍ର।
- ପୂର୍ବତଟରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ପ୍ରମୁଖ ବନ୍ଦର: ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ୍ ଏବଂ ଗୋପାଳପୁର।
- ବୈଲାଡିଲା(ଛତିଶଗଡ଼) ଏବଂ କେଉଁଝର ଜିଲ୍ଲା (ଓଡ଼ିଶା)ରେ ଲୁହା ଖଣି।
- ପ୍ରମୁଖଇସ୍ପାତ ଏବଂ ଆଲୁମିନିୟମ ଶିଳ୍ପ
ପୂର୍ବତଟ ରେଳପଥର ଗୁରୁତ୍ୱପୂର୍ଣ୍ଣ ପଣ୍ୟ ପରିବହନ ମାଇଲଖୁଣ୍ଟ ହାସଲ କରିବାର ଏକ ଦୀର୍ଘକାଳୀନ ପରମ୍ପରା ରହିଛି। 2019 20 ଆର୍ଥିକ ବର୍ଷରେ 200 ନିୟୁତ ଟନ୍ ପଣ୍ୟ ପରିବହନ ଅତିକ୍ରମ କରିବାରେ ଏହା ଅବିଭକ୍ତ ଦକ୍ଷିଣ ପୂର୍ବ ରେଳବାଇ ପରେ ଦ୍ୱିତୀୟ ରେଳ ଜୋନ୍ ଥିଲା। ଆଜି, ଏହା ଲଗାତାର ଦୁଇ ବର୍ଷ ହେଲା 250 ନିୟୁତ ଟନ୍ ପଣ୍ୟ ପରିବହନ ହାସଲ କରିବାରେ ପ୍ରଥମ ଜୋନ୍ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି ବିଭିନ୍ନ କାର୍ଯ୍ୟକ୍ଷମ ଆହ୍ୱାନ ସତ୍ତ୍ୱେ, ଏହି ରେକର୍ଡ ଅତିକ୍ରମ କରିବାରେ ଯତ୍ନବାନ ଯୋଜନା, ସରକାରୀ କ୍ଷେତ୍ର, ଶିଳ୍ପ ଏବଂ ଅଂଶୀଦାର ମାନଙ୍କ ସହିତ ସୁଗମ ସମନ୍ୱୟ ଏବଂ ଦକ୍ଷତା ପ୍ରତି ଅଟଳ ପ୍ରତିବଦ୍ଧତା ମାଧ୍ୟମରେ ସଫଳତା ସମ୍ଭବ ହୋଇପାରିଛି ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ଦୃଢ଼ ନେତୃତ୍ୱରେ ଏହି ରେଳପଥ ନିରନ୍ତର ଭାବରେ ଏହାର ପଣ୍ୟ ପରିବହନ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ଶ୍ରୀ ଫୁଙ୍କୱାଲଙ୍କ ରଣନୈତିକ ଦୃଷ୍ଟିକୋଣ, ପ୍ରେରଣାଦାୟକ ନେତୃତ୍ୱ ଏବଂ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱ ଏହି ଐତିହାସିକ ସଫଳତା ହାସଲ କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୂର୍ବତଟ ରେଳପଥର ଉତ୍ସର୍ଗୀକୃତ କର୍ମଚାରୀ, ଏହାର ସକାରାତ୍ମକ ମନୋଭାବ ଏବଂ ନିରନ୍ତର ପ୍ରୟାସ ସହିତ ସଫଳତାର ଏହି ଗତିକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ପଣ୍ୟ ପରିବହନରେ ଏହି ଅଦ୍ଭୁତ ପୂର୍ବ ପ୍ରଦର୍ଶନ ପୂର୍ବତଟ ରେଳପଥର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି, ଯାହା ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ଲଜିଷ୍ଟିକ୍ସ ଦକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।