ଅନୁଗୁଳ ସୁକିନ୍ଦା ରେଲୱେ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର ସାମନ୍ତରାୟ ଙ୍କ ଆକର୍ଷଣୀୟ ବକ୍ତବ୍ୟରେ ରେଳଐତିହ୍ୟ ଓ ଏହାର ସଂରକ୍ଷଣ ଉପରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ରେଳଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ବାରୋପ କରିବା ସହ କାର୍ଯ୍ୟକ୍ରମର ସାମୂହିକ ଭାବନାକୁ ପ୍ରୋତ୍ସାହିତ କରିଥିଲେ।
ଏହି ଅବସରରେ ଆୟୋଜିତ ଏକ କଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା ଓ ପୂର୍ବତଟ ରେଳପଥ ମହିଳା ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଳା ବେହେରା ପୁରସ୍କାର ପ୍ରଦାନ କରିଥିଲେ।
ରେଳ ସଂଗ୍ରହାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂର୍ବତଟ ରେଳପଥ ଉପ ମହାପ୍ରବନ୍ଧକ ଶ୍ରୀ କେ.କେ.ଖଡଙ୍ଗା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରେଳବାଇର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
