Odisha news

ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ

0

● ରେଳ ନିରାପତ୍ତା ଆୟୁକ୍ତଙ୍କ ନୀରିକ୍ଷଣ ପରେ ସମ୍ବଲପୁର ସିଟି ଷ୍ଟେସନ ଠାରୁ ମାନେଶ୍ୱର ଷ୍ଟେସନ ପର୍ଯ୍ୟନ୍ତ 9 କିମି ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ |

● ରେଳ ନିରାପତ୍ତା ଆୟୁକ୍ତ ଗତକାଲି ଏହି ସେକ୍ସନକୁ ନୀରିକ୍ଷଣ କରି ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି |

● ସମ୍ପୂର୍ଣ୍ଣ ପ୍ରକଳ୍ପର 96.38% ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି |

● 168.212 କିମି ଦୈର୍ଘ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ ମଧ୍ୟରୁ 162.212 କିମି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି |

ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ କାର୍ଯ୍ୟ ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁରହିଛି ଏବଂ ଏହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି | ଏହି ପ୍ରକଳ୍ପର ପ୍ରାୟ 96% ରୁ ଅଧିକ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମାପ୍ତ ହୋଇଛି |

ମାନେଶ୍ୱର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ 9 କିମି ଦୈର୍ଘ୍ୟ ବିଶିଷ୍ଟ ଦୋହରୀକରଣ ରେଳ ଲାଇନକୁ ଗତକାଲି ଦକ୍ଷିଣ ପୂର୍ବ ରେଳ ନିରାପତ୍ତା ଆୟୁକ୍ତ ଶ୍ରୀ ଏ.ଏମ.ଚୌଧୁରୀଙ୍କ ଦ୍ୱାରା ନୀରିକ୍ଷଣ କରାଯାଇ ଉଭୟ ପାନ୍ୟ ପରିବହନ ଏବଂ ଯାତ୍ରୀ ପରିବହନ ପାଇଁ କାର୍ଯ୍ୟକ୍ଷମ କରାଯାଇଅଛି |

ଶ୍ରୀ ଚୌଧୁରୀ ଓଭରହେଡ୍ ଇଲେକ୍ଟି ଇକ୍ୟୁଇପ୍ମେଣ୍ଟ, ବ୍ରିଜ୍, ସିଗ୍ନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍, ମାନବ ରହିତ ଲେଭଲ୍ କ୍ରସିଂ ଇତ୍ୟାଦି ସୁରକ୍ଷା ସମ୍ବନ୍ଧୀୟ ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଥିଲେ ଏବଂ ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ ଏକ ଲାଇଟ ଇଂଜିନର ବେଗ ପରୀକ୍ଷାମୂଳକ ଭାବେ କରାଇଥିଲେ |

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀ ଙ୍କ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ ତାଳଚେର ଏବଂ ସମ୍ବଲପୁର ଦୋହରୀକରଣ କାର୍ଯ୍ୟ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଶୀଘ୍ର ସମାପ୍ତି ପାଇଁ ବିଶେଷ ଭାବେ ଧ୍ୟାନଦେବା ଉଚିତ ଏବଂ ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି |

ଓଡିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି | ତାଳଚେର ଏବଂ ସମ୍ବଲପୁର ଦୋହରୀକରଣ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡିଶା ସହିତ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ ମଧ୍ୟରେ ଏକ ଅସୁବିଧା ମୁକ୍ତ ଟ୍ରେନ୍ ଚଳାଚଳ କରାଇପାରିବ |

ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ (168.212 କିମି) ଦୋହରୀକରଣ ରେଳ ପ୍ରକଳ୍ପରେ କାର୍ଯ୍ୟ 2011-12 ମସିହାରେ ଅନ୍ତର୍ଭୂକ୍ତ କରାଯାଇଥିଲା ଏବଂ 2018 ରେ ଏହାର ଚୂଡ଼ାନ୍ତ ମଞ୍ଜୁରୀ ଦିଆଯାଇଥିଲା | ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ 9.0 କିମି ଦୈର୍ଘ୍ୟର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ କରାଯାଇଅଛି | ସମ୍ବଲପୁର ସିଟି ମାର୍ଗ ଦେଇ ତାଳଚେର ଏବଂ ବ୍ରଜରାଜନଗର ମଧ୍ୟରେ ଏହା ଏକ ଅତ୍ୟନ୍ତ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ କୋଇଲା ପରିବହନ ରେଳ ମାର୍ଗ ଅଟେ | ଏହା ସହିତ ଏପର୍ଯ୍ୟନ୍ତ ସମୁଦାୟ 162.212 କିମି ଦୋହରୀକରଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି ଯାହା ପ୍ରକଳ୍ପର ମୋଟ ଦୈର୍ଘ୍ୟର 96.38% ଅଟେ | ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଏହି ପ୍ରକଳ୍ପର 06 କିମି ଅବଶିଷ୍ଟ ଅଂଶ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି | ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ହେଉଛି ଟଙ୍କା 1539.28 କୋଟି ତାଙ୍କ ଏବଂ ଏପର୍ଯ୍ୟନ୍ତ ମୋଟ 1377 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ଯାହା ସମୁଦାୟ ମୂଲ୍ୟର 90% ଅଟେ |

Leave A Reply