Odisha news

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପୁଣି ୪ ବିଶେଷ ଟ୍ରେନକୁ ରେଳ ମନ୍ତ୍ରାଳୟର ମଞ୍ଜୁରୀ : ଆସନ୍ତୁ ଜାଣିବା ଏହି ଚାରୋଟି ଟ୍ରେନ କେଉଁଠିକୁ ଚଳାଚଳ କରିବ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆହୁରି ଚାରିଟି ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି | ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ- ମୁମ୍ବାଇ ଏଲଟିଟି, ପୁରୀ-ଗାନ୍ଧୀଧାମ , ମୁଜାଫରପୁର-ଯଶୋବନ୍ତପୁର ଏବଂ ଜସିଡିହ-ତାମ୍ବରମ ଏବଂ ଏହା ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରିବ –

01. 02145/02146 ମୁମ୍ବାଇ ଏଲଟିଟି- ପୁରୀ-ମୁମ୍ବାଇ ଏଲଟିଟି ସ୍ପେଶାଲ୍ 
02145/02146 ମୁମ୍ବାଇ ଏଲଟିଟି- ପୁରୀ- ମୁମ୍ବାଇ ଏଲଟିଟି ସ୍ପେଶାଲ୍ ମୁମ୍ବାଇରୁ 11 ଏପ୍ରିଲ, 2021 ଠାରୁ ପ୍ରତ୍ୟେକ ରବିବାର ଦିନ ରାତ୍ର 8ଘ.୩୦ମି.ରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଛାଡିବ ଏବଂ ପୁରୀରୁ 13 ଏପ୍ରିଲ, 2021 ଠାରୁ ରାତ୍ର 9ଘ.୪୫ମି.ରେ ପ୍ରତି ମଙ୍ଗଳବାର ଦିନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

02. 09493/09494 ଗାନ୍ଧୀଧାମ-ପୁରୀ- ଗାନ୍ଧୀଧାମ ସ୍ୱତନ୍ତ୍ର 
09493/09494 ଗାନ୍ଧୀଧାମ-ପୁରୀ- ଗାନ୍ଧୀଧାମ ବିଶେଷ ଟ୍ରେନ 16 ଏପ୍ରିଲ, 2021 ଠାରୁ ଗାନ୍ଧୀଧାମରୁ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ର 11ଘ.୦୫ମି.ରେ ଛାଡିବ ଏବଂ ପୁରୀରୁ 19 ଏପ୍ରିଲ, 2021 ପ୍ରତ୍ୟେକ ସୋମବାର ଦିନ ରାତ୍ର 11ଘଟିକାରେ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ
03. 05228/05227 ମୁଜାଫରପୁର- ଯଶୋବନ୍ତପୁର -ମୁଜାଫରପୁର ସ୍ପେଶାଲ୍ 
05228/05227 ମୁଜାଫରପୁର-ଯଶୋବନ୍ତପୁର-ମୁଜାଫରପୁର ସ୍ପେଶାଲ ମୁଜାଫରପୁରରୁ 5 ଏପ୍ରିଲ ରୁ 28 ଜୁନ ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ସକାଳ 07ଘ. 25ମି. ଛାଡିବ ଏବଂ ଯଶୋବନ୍ତପୁରରୁ 7 ଏପ୍ରିଲରୁ 30 ଜୁନ୍, 2021 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ରାତ୍ର 11ଘ. 55ମି.ରେ ଛାଡିବ
04. 02376/02375 ଜସିଡିହ-ତାମ୍ବରମ୍-ଜସିଡିହ ସ୍ପେଶାଲ୍ 
02376/02375 ଜାସିଡିହ-ତାମ୍ବରମ୍-ଜସିଡିହ ସ୍ପେଶାଲ୍ ଜସିଡିହରୁ 14 ଏପ୍ରିଲ, 2021 ଠାରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ 1ଘ.୨୦ମି.ରେ ଛାଡିବ ଏବଂ ତାମ୍ବରମ୍ରୁ 17 ଏପ୍ରିଲ, 2021 ଠାରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 12ଘ. 55ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ
ବିଶାଖାପାଟନମ୍-ନୂଆଦିଲ୍ଲୀ- ବିଶାଖାପାଟନମ୍ ଵିଶେଷ ଟ୍ରେନ ଦୁଇ ସପ୍ତାହ ପାଇଁ ବିଜୟନଗରମ୍-ରାୟଗଡା-ଟିଟିଲାଗଡ଼ ମାର୍ଗ ହୋଇ ଚଳାଚଳ କରିବ 
ବିଦ୍ୟୁତିକରଣ ସହିତ ତୃତୀୟ ଲାଇନ କାର୍ଯ୍ୟକ୍ଷମ ପାଇଁ ସିକନ୍ଦରାବାଦ ରେଳମଣ୍ଡଳ ର କାଜିପେଟ-ବଲହରସା ରେଳ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ 02805/02806 ବିଶାଖାପାଟନମ୍-ନୂଆଦିଲ୍ଲୀ- ବିଶାଖାପାଟନମ୍ ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ ଏପ୍ରିଲ୍ 10 ରୁ 23 ତାରିଖ ମଧ୍ୟରେ ପରିବବର୍ତ୍ତିତ ମାର୍ଗ ଭାୟା ସିମାଞ୍ଚଳମ ଉତ୍ତର-ବିଜୟନଗରମ-ରାୟଗଡା-ଟିଟିଲାଗଡ-ରାୟପୁର-ଗୋଣ୍ଡିଆ-ନାଗପୁର ହୋଇ ଚଳାଚଳ କରିବାକୁ ଥିବାବେଳେ ଏହା ଏହି ସମୟ ମଧ୍ୟରେ ଦୁଭାଡା, ଅନକାପଲ୍ଲୀ, ସାମଲକୋଟ, ରାଜମହେନ୍ଦ୍ରୀ, ତାଡେପାଲିଗୁଡେମ, ଏଲୁରୁ, ବିଜୟୱାଡା, ଖମ୍ମIମ, ୱାରଙ୍ଗଲ, ପେଦାପାଲ୍ଲି-ରାମଗୁଣ୍ଡମ, ସିରପୁର କାଗଜ ନଗର, ବଲହରସା ଓ ଚନ୍ଦ୍ରପୁର ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ |

Comments are closed.