ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ପୂର୍ବ ତଟ ରେଳବାଇର ୪୫ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଗତ ତ୍ରୟ-ମାସିକରେ ରାଜଭାସର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା ଏବଂ ଆସନ୍ତା ତ୍ରୟ-ମାସିକ ପାଇଁ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳ କର୍ମଚାରୀଙ୍କୁ ଦିନକୁ ଦିନ ସରକାରୀ କାର୍ଯ୍ୟରେ ରାଜଭାଷା ହିନ୍ଦୀ ବ୍ୟବହାର ପାଇଁ ପରାମର୍ଶ କରିଥିଲେ। ହିନ୍ଦୀ ଅନୁବାଦ କାର୍ଯ୍ୟ ସମୟରେ ସରଳ ଶବ୍ଦ ବ୍ୟବହାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକକୁ ପ୍ରମୁଖ ସୁରକ୍ଷା ଅଧିକାରୀ ତଥା ମୁଖ୍ୟ ରାଜଭାଷା ଅଧିକାରୀ ଶ୍ରୀ ଶୈଳେନ୍ଦ୍ର କପିଲସଂଯୋଜନା କରିଥିଲେ।
Comments are closed.