ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ଉପମାର୍ଗ କାର୍ଯ୍ୟକ୍ଷମ , କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ମାନବ ରହିତ ଲେବଲ କ୍ରସିଂ କୁ ବନ୍ଦ କରାଗଲା
ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ରାସ୍ତା ବ୍ୟବହାରକାରୀଙ୍କ ସୁବିଧାପାଇଁ ରେଳଧାରଣା ତଳେ ରୋଡ଼ ଅଣ୍ଡର ବ୍ରିଜ (ଉପମାର୍ଗ)କୁ ଇତିମଧ୍ୟରେ କାର୍ଯ୍ୟକ୍ଷମ କରାଯିବା ସହିତ ଏଠାରେ ଥିବା ମାନବ ରହିତ ଲେବଲ କ୍ରସିଂ କୁ ରେଳବାଇ ପକ୍ଷରୁ ବନ୍ଦ କରାଯାଇଅଛି I ଏହି ଲେବଲ କ୍ରସିଂ ଟି ଅନୁଗୁଳ ଜିଲ୍ଲାର ପରିପଡା ଓ କେରଜଙ୍ଗ ପଞ୍ଚାୟତ ରାସ୍ତାକୁ ସଂଯୋଗ କରୁଥିଲା I ଉଭୟ ରେଳ ଓ ରାସ୍ତା ବ୍ୟବହାରକାରୀଙ୍କ ସୁବିଧା ସହିତ ସଂରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଠାରେ ଉପମାର୍ଗ ନିର୍ମାଣ କରାଯାଇଅଛି I