Odisha news

ରେଳବାଇ ପଣ୍ୟ ବୋଝେଇ ପାଇଁ ସାମଗ୍ରୀ ଗୁଡିକୁ ସଠିକ୍ ସମୟରେ ପରିବହନ କରାଇବା ପାଇଁ ଗ୍ରାହକଙ୍କୁ ପ୍ରିମିୟମ୍ ଇଣ୍ଡେଣ୍ଟ୍ ନୀତି ସୁବିଧା : ଆସନ୍ତୁ ଜାଣିବା ପୁରା ଖବର

0

√●     ପଣ୍ୟବାହୀ ଟ୍ରେନ୍ ମାଧ୍ୟମରେ ସାମଗ୍ରୀ ଗୁଡିକୁ ସଠିକ୍ ସମୟରେ ପରିବହନ କରାଇବା ପାଇଁ ଗ୍ରାହକଙ୍କୁ ସୁବିଧା |

√●     ପ୍ରିମିୟମ୍ ଇଣ୍ଡେଣ୍ଟ ଅନୁଯାୟୀ ଗ୍ରାହକ ମାନଙ୍କୁ ପଣ୍ୟ ପରିବହନ ପାଇଁ ଅଗ୍ରାଧିକାର ଭିତ୍ତିରେ ଟ୍ରେନ ରେକ୍ ଆବଣ୍ଟନ ବ୍ୟବସ୍ଥା |

√●     ଏହି ଯୋଜନା ଅନୁଯାୟୀ ଅଗ୍ରାଧିକାର ଭିତ୍ତିରେ ପଣ୍ୟ ପରିବହନ ପାଇଁ ଗ୍ରାହକ ମାନେ ସାଧାରଣ ପଣ୍ୟ ପରିବହନ ଦେୟ ଉପରେ ପାଞ୍ଚ ପ୍ରତିଶତ ପ୍ରିମିୟମ ଅଗ୍ରିମ ଜମା କରିବାକୁ ପଡିବ |

√●     ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯଦି ଟ୍ରେନ ରେକ୍ ଯୋଗାଇ ଦିଆନଯାଏ ତେବେ ପ୍ରିମିୟମ ଅଗ୍ରିମ ଜମା ସାଧାରଣ ପଣ୍ୟ ପରିବହନ ଦେୟ ସହିତ ସମୟୋଜନ କରାଯିବ |

ପଣ୍ୟବାହୀ ଟ୍ରେନ୍ ମାଧ୍ୟମରେ ଗ୍ରାହକ ମାନଙ୍କ ସାମଗ୍ରୀକୁ ଠିକ୍ ସମୟରେ ପରିବହନ କରାଇବା ପାଇଁ ବ୍ୟବସ୍ଥାକୁ ସୁଗମ କରିବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ପ୍ରିମିୟମ୍ ଇଣ୍ଡେଣ୍ଟ ନିୟମ ଆରମ୍ଭ କରିଛି। ପ୍ରିମିୟମ ଇଣ୍ଡେଣ୍ଟ ପଲିସି ବା ନିୟମ ଅନୁଯାୟୀ ପଣ୍ୟ ଗ୍ରାହକମାନେ ଟ୍ରେନ ରେକ୍ ଆବଣ୍ଟନ ପାଇଁ ପ୍ରାଥମିକତା ପାଇବେ |

ପଣ୍ୟ ପରିବହନ ପ୍ରିମିୟମ ଗ୍ରାହକଙ୍କୁ ସାଧାରଣ ପଣ୍ୟ ପରିବହନ ଦେୟ ଉପରେ ପାଞ୍ଚ ପ୍ରତିଶତ ପ୍ରିମିୟମ ଦେବାକୁ ପଡିବ ଯାହାକୁ ଅଗ୍ରିମ ଜମା ଦେବାକୁ ହେବ | ଇଣ୍ଡେଣ୍ଟରେ ସୂଚିତ ତାରିଖଠାରୁ ଯଦି ଟ୍ରେନ ରେକ୍ ବିଳମ୍ବରେ ଯୋଗାଇ ଦିଆଯାଏ, ତେବେ ଏହି ଅଗ୍ରିମ ଦେୟ ସାଧାରଣ ମାଲ ପରିବହନ ଦେୟ ସହିତ ସମୟୋଜନ କରାଯିବ |

ଏଥିପାଇଁ ରେଳମନ୍ତ୍ରଣାଳୟ ପ୍ରିମିୟମ୍ ଇଣ୍ଡେଣ୍ଟ୍ ପଲିସି ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ସହିତ କେତେକ ଅତିରିକ୍ତ ପ୍ରସଙ୍ଗକୁ  ନିମ୍ନଲିଖିତ ଭାବେ ଯୋଗ କରିଛି  :

●    ଏହି ଯୋଜନା ଇଚ୍ଛାଧୀନ ଅଟେ

●    ସାଇଡିଂରେ, ମାଲ ପରିବହନ କରିବାକୁ ଥିବା ଗ୍ରାହକ ଟ୍ରେନ ରେକ୍ ଯୋଗାଣର ତାରିଖ ସୂଚାଇ ପାରିବେ ଏବଂ ସାଧାରଣ ଶୁଳ୍କ ହାରରେ ଧାର୍ଯ୍ୟ ତାରିଖ ପରେ ଯଦି ରେକ୍ ଯୋଗାଇ ଦିଆଯାଏ ତେବେ ସେ ଲୋଡ୍ କରିବେ କି ନାହିଁ ତାହା ମଧ୍ୟ ସୂଚାଇ ପାରିବେ |

●    ପ୍ରିମିୟମ ଗ୍ରାହକ ମାନେ ସାଧାରଣ ପଣ୍ୟ ଭଡା ଉପରେ ପାଞ୍ଚ ପ୍ରତିଶତ ପ୍ରିମିୟମ ଅଗ୍ରିମ ଦେବାକୁ ପଡିବ |

●    ଯଦି ଗ୍ରାହକଙ୍କୁ ଟ୍ରେନ ରେକ୍ ଯୋଗାଣ ଇଣ୍ଡେଣ୍ଟ ସୂଚିତ ତାରିଖଠାରୁ ବିଳମ୍ବରେ ଯୋଗାଇଦିଆଯାଏ ତେବେ ଅଗ୍ରିମ ପ୍ରିମିୟମ ଭଡାକୁ ସାଧାରଣ ପଣ୍ୟ ପରିବହନ ଦେୟ ସହିତ ସମୟୋଜନ କରାଯିବ |

●    ଗୁଡ଼ସସେଡ୍ ରେ ପଣ୍ୟ ପରିବହନ ଗ୍ରାହକଙ୍କୁ ପ୍ରିମିୟମ୍ ଇଣ୍ଡେଣ୍ଟ ରଖିବାକୁ ଅନୁମତି ଦିଆଯିବ | ରେଳ ବୋର୍ଡର ଟ୍ରାଫିକ ପରିବହନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ଅଗ୍ରାଧିକାର ଭିତ୍ତିରେ ପ୍ରିମିୟମ ଗ୍ରାହକଙ୍କୁ ଦୁଇ ଦିନ ମଧ୍ୟରେ ଟ୍ରେନ ରେକ ଆବଣ୍ଟନ ପାଇଁ ଅଗ୍ରାଧିକାର ଦିଆଯିବ | ଅନ୍ୟ ଦିନରେ ଇଣ୍ଡେଣ୍ଟଗୁଡିକର ପ୍ରାଥମିକତାର ସାଧାରଣ କ୍ରମ ଅନୁସରଣ କରାଯିବ |

●    ଥରେ ଦର୍ଶାଯାଇଥିବା ପ୍ରିମିୟମ୍ ଇଣ୍ଡେଣ୍ଟକୁ ପ୍ରତ୍ୟାହାର କରିହେବ ନାହିଁ | ପ୍ରିମିୟମ୍ ଇଣ୍ଡେଣ୍ଟ ପ୍ରତ୍ୟାହାର ଦାଖଲ ହୋଇଥିବା ପ୍ରିମିୟମ ଦେୟକୁ ବାଜ୍ୟାପ୍ତି କରାଯିବ

●    କୋଟା ଦ୍ୱାରା ନିୟନ୍ତ୍ରିତ ସୀମିତ କଟକଣା ଗନ୍ତବ୍ୟସ୍ଥଳ ଏବଂ କଟକଣା ଥିବା ଗନ୍ତବ୍ୟସ୍ଥଳ ପାଇଁ ପ୍ରିମିୟମ୍ ଇଣ୍ଡେଣ୍ଟ ପଲିସି ପ୍ରଯୁଜ୍ୟ ହେବ ନାହିଁ

Leave A Reply