ସମସ୍ତ ବର୍ଗର ମହିଳା ମାନଙ୍କୁ ଚିହ୍ନିବା ଏବଂ ଆମ ଷ୍ଟେସନର ସୌନ୍ଦର୍ଯ୍ୟକରଣର ଚିନ୍ତାକଳ୍ପ କରିବା ଉଦେଶ୍ୟରେ ଏଫଆଇସିସିଆଇର ମହିଳା ଶାଖା ଏବଂ ହମାରା ବଚପନ୍ ଟ୍ରଷ୍ଟର ମିଳିତ ଉଦ୍ୟମରେ ଭୁବନେଶ୍ୱର ଷ୍ଟେସନ୍କୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପୁରୁଣା ବୁକିଂ ଓ ପିଆରଏସ କାଉଣ୍ଟର ବିଲଡିଂରେ “ଶକ୍ତି ସଶକ୍ତିକରଣ” ବିଷୟବସ୍ତୁକୁ ନେଇ ପେଣ୍ଟିଙ୍ଗ ଓ ମୂରାଲ କାର୍ଯ୍ୟ ପ୍ରସ୍ତୁତ କରାଯାଇଅଛି |
ଏଫଆଇସିସିଆଇର ମହିଳା ଶାଖାର ରାଷ୍ଟ୍ରୀୟ ସଭାପତି ଜାହ୍ନବୀ ଫୋକାନ୍ ଏବଂ ହାମାରା ବଚ୍ଚନ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଏଫଆଇସିସିଆଇର ଭୁବନେଶ୍ୱର ଶାଖାର ମହିଳା ସଭାପତି ଧରିତ୍ରୀ ପଟ୍ଟନାୟକଙ୍କ ଦ୍ୱାରା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯଥା ବ୍ୟବହୃତ ପ୍ଲାଷ୍ଟିକ୍ ଚାମଚ, ବ୍ୟବହୃତ ପାଇପ୍, ବ୍ୟବହୃତ ପାଣି ବୋତଲ କ୍ୟାପ୍ ଓ ଓ ବାଲିଗୋଡି ମିଶ୍ରଣ ଇତ୍ୟାଦିରୁ ପ୍ରସ୍ତୁତ ସୁନ୍ଦର ମୂରାଲ ସହିତ ପେଣ୍ଟିଙ୍ଗକୁ ଅନାବରଣ କରିଥିଲେ |
ଭୁବନେଶ୍ୱର ରେଳ ଷ୍ଟେସନରେ ଶିଶୁ ସହାୟତା ଡେସ୍କର ଯତ୍ନ ନେଉଥିବା ଏଫଆଇସିସିଆଇ ଓ ହମାରା ବଚପନ୍ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଏହି ସୁନ୍ଦର ମୂରାଲ ପ୍ରସ୍ତୁତ କରାଯାଇଅଛି | ସମସ୍ତ ସ୍ତରର ମହିଳାମାନଙ୍କୁ ମାନ୍ୟତା ଦେବାପାଇଁ କିଛି ବାର୍ତ୍ତା ସହିତ ଷ୍ଟେସନକୁ ସୌନ୍ଦର୍ଯ୍ୟକରଣ କରିବା ଉଦ୍ଦେଶ୍ୟରେ ଏହି ପେଣ୍ଟିଙ୍ଗ ଓ ମୂରାଲ ପ୍ରସ୍ତୁତ କରାଯାଇଅଛି |
ପୂର୍ବ ତଟ ରେଳପଥ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଅନ୍ୟତମ ପ୍ରମୁଖ ସହର ଯାହାକି ବିଶ୍ୱ ସ୍ତରୀୟ ଷ୍ଟେସନ ଭାବରେ ନବୀକରଣ ହେବାକୁ ଯାଉଛି | ଭୁବନେଶ୍ୱର ଷ୍ଟେସନ ପରିସରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏହାକୁ ଚିତ୍ରିତ କରିବାରେ ସାଂସ୍କୃତିକ ପ୍ରତୀକ, ଐତିହ ସ୍ଥାନ, ଆଗ୍ରହର ସ୍ଥାନ ଏବଂ ସ୍ଥାନୀୟତାର ମହତ୍ଵକୁ ପ୍ରତିନିଧିତ୍ୱ କରୁଥିବା ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ରହିବ | ବିଭିନ୍ନ ଟ୍ରେନ ଏବଂ ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ ଦିଗରେ ପ୍ରତ୍ୟକ ରେଳପଥ କାର୍ଯ୍ୟ କରୁଛି | କାନ୍ଥ ଚିତ୍ର ଏବଂ ସୁନ୍ଦର ମୂର୍ତି ସହିତ ରେଳ ଷ୍ଟେସନକୁ ସୌନ୍ଦର୍ଯ୍ୟକରଣ କରାଯାଉଛି