Odisha news

ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ କୋଭିଡ୍ ଟୀକା

0

ପୂର୍ବତଟ ରେଳବାଇର ଅବସର ପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ୬୦ ବର୍ଷରୁ ଉର୍ଦ୍ଧ ସଦସ୍ୟ ମାନଙ୍କୁ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ କୋଭିଡ୍ ଟୀକା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

ଅବସରପ୍ରାପ୍ତ ରେଳବାଇ କର୍ମଚାରୀମାନେ ସରକାରୀ ଛୁଟି ଦିନ ବ୍ୟତୀତ ସପ୍ତାହର ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ କେନ୍ଦ୍ରୀୟ ଚିକିତ୍ସାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଅଛି |

ଅବସରପ୍ରାପ୍ତ ରେଳ କର୍ମଚାରୀମାନେ ସେମାନଙ୍କର ଆଧାର କାର୍ଡ (ବାଧ୍ୟତାମୂଳକ), ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, RELHS କାର୍ଡ ପଞ୍ଜିକରଣ ସମୟରେ ଦାଖଲ କରିବା ସହିତ OTP ପାଇଁ ସେମାନଙ୍କର ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର ପାଖରେ ରଖିବା ଉଚିତ୍

IEC 2 years
Leave A Reply