Odisha news

ବିଶେଷ ସୂଚନା : ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ନିମ୍ନମତେ ଆଂଶିକ ବାତିଲ, ବାତିଲ ଓ ମାର୍ଗ ପରିବର୍ତ୍ତିତ ହୋଇ ଚଳାଚଳ କରିବ

A: ଭୁବନେଶ୍ୱର ରୁ ଛାଡୁଥିବା ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ଫେବୃୟାରୀ ମାସ ୧୧ ରୁ ୨୩ ତାରିଖ ମଧ୍ୟରେ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ

B: ଫେବୃୟାରୀ ମାସ ୧୯ ତାରିଖ ରେ ପୁରୀ ଠାରୁ ଛାଡିବାକୁ ଥିବା ପୁରୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ ବାତିଲ ରହିବ

C. ଚାରିଟି ପାର୍ସଲ ବିଶେଷ ଟ୍ରେନ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ

ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ୟେଲହଂକା-ଧର୍ମାଭରମ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ୟେଲହଂକା-ମକ୍ଲିଦୃଗ ଷ୍ଟେସନ ମଧ୍ୟରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ତଥା ନନ-ଇଣ୍ଟରଲକିଙ୍ଗ ପାଇଁ ଏହି ମାର୍ଗରେ ଟ୍ରେନ ସେବା ପ୍ରଭାବିତ ହେବ |  ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ନିମ୍ନମତେ ଆଂଶିକ ବାତିଲ, ବାତିଲ ଓ ମାର୍ଗ ପରିବର୍ତ୍ତିତ ହୋଇ ଚଳାଚଳ କରିବ |

ଟ୍ରେନ ବାତିଲ୍:

ଫେବୃୟାରୀ ମାସ ୧୯ ତାରିଖରେ ପୁରୀରୁ ଛାଡ଼ିବାକୁଥିବା ଏବଂ ୨୦ ତାରିଖରେ ଯଶୋବନ୍ତପୁର ଠାରୁ ଛାଡିବାକୁ ଥିବା 02063/02064 ପୁରୀ-ଯଶୋବନ୍ତପୁର-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ବାତିଲ ରହିବ |

ଟ୍ରେନର ଆଂଶିକ ବାତିଲ୍:

ଫେବୃୟାରୀ ମାସ ୧୧ ରୁ ୨୩ ତାରିଖ ମଧ୍ୟରେ ଭୁବନେଶ୍ୱର ରୁ ଛାଡ଼ିବାକୁଥିବା ଏବଂ ଫେବୃୟାରୀ ମାସ ୧୨ ରୁ ୨୪ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡ଼ିବାକୁଥିବା 08463/08464 ଭୁବନେଶ୍ୱର-ଭୁବନେଶ୍ୱର ବିଶେଷ ପ୍ରଶାନ୍ତି ଏକ୍ସପ୍ରେସ ଭୁବନେଶ୍ୱର ଏବଂ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଓ ବାଙ୍ଗାଲୋର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ |

ଟ୍ରେନର ମାର୍ଗ ପରିବର୍ତ୍ତନ :

ଫେବୃୟାରୀ ମାସ ୧୪ରୁ ୨୧ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡିବାକୁ ଥିବା 00617 ବାଙ୍ଗାଲୋର-ଦିମାପୁର ବିଶେଷ ପାର୍ସଲ ଏକ୍ସପ୍ରେସ, ଫେବୃୟାରୀ ମାସ ୧୬ ରୁ ୨୧ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡିବାକୁ ଥିବା 00619 ବାଙ୍ଗାଲୋର-ଗୌହାଟୀ ବିଶେଷ ପାର୍ସଲ ଏକ୍ସପ୍ରେସ, ଫେବୃୟାରୀ ମାସ ୧୭ ତାରିଖ ଦିନ ଦିମାପୁର ଠାରୁ ଛାଡିବାକୁ ଥିବା 00618 ଦିମାପୁର-ବାଙ୍ଗାଲୋର ବିଶେଷ ପାର୍ସଲ ଏକ୍ସପ୍ରେସ ଏବଂ ଫେବୃୟାରୀ ମାସ ୨୦ ତାରିଖ ଦିନ ଗୌହାଟୀ ଠାରୁ ଛାଡିବାକୁ ଥିବା 00620 ଗୌହାଟୀ-ବାଙ୍ଗାଲୋର ବିଶେଷ ପାର୍ସଲ ଏକ୍ସପ୍ରେସ ଧର୍ମାଭରମ ଓ ଅନନ୍ତପୁର ମାର୍ଗ ପରିବର୍ତ୍ତେ ଉଭୟ ପାର୍ଶ୍ୱରୁ ତୁମକୁର-ଆରସିକେରେ-ରାୟଦୃଗ-ବେଲାରୀ-ଗୁଣ୍ଟାକାଲ-ଧୋନ ଷ୍ଟେସନ ମାର୍ଗରେ ଚଳାଚଳ କରିବ |

Comments are closed.