Odisha news

ଲୋକସଭା ସଦସ୍ୟତା ହରାଇବା ପରେ ଘର ଛାଡିବାକୁ ନୋଟିସ ପାଇଲେ ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ:  ଏକ ମାନହାନି ମାମଲାରେ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ। ଏଥିପାଇଁ ଲୋକସଭା ଗୃହ ନିର୍ମାଣ କମିଟି ସୋମବାର ରାହୁଲ ଗାନ୍ଧିଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ଜାରି କରିଛି । ଏପ୍ରିଲ ୨୨ ସୁଦ୍ଧା ୧୨, ତୁଗଲକ ରୋଡରେ ଥିବା ସରକାରୀ ବାସଭବନ ଖାଲି କରିବାକୁ କମିଟି ନିର୍ଦ୍ଦେଶ ଦେଇଛି ।

ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ରାହୁଲ ଗାନ୍ଧି ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ସେଥିପାଇଁ କୋର୍ଟ ତାଙ୍କ ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏହି ଦଣ୍ଡାଦେଶର ଦିନକ ପରେ ଗତ ଶୁକ୍ରବାର ଲୋକସଭା ସଚିବାଳୟ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିଥିଲା ।

ଅନ୍ୟପକ୍ଷରେ ଲୋକସଭା ୱେବସାଇଟରୁ ରାହୁଲଙ୍କ ନାମ ମଧ୍ୟ ହଟାଇ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଲୋକସଭା ସଚିବାଳୟ ରାହୁଲ ଗାନ୍ଧିଙ୍କ ସଂସଦୀୟ ଆସନ ୱାୟନାଡକୁ ଖାଲି ଘୋଷଣା କରିଛି। ନିର୍ବାଚନ ଆୟୋଗ ଏବେ ଏହି ଆସନରେ ନିର୍ବାଚନ ଘୋଷଣା କରିପାରନ୍ତି । ୨୦୧୯ରେ କର୍ଣ୍ଣାଟକରେ ଏକ ସଭାରେ ରାହୁଲ ମୋଦି ସାଙ୍ଗିଆକୁ ନେଇ ବୟାନ ଦେଇଥିଲେ । ସବୁ ଚୋରଙ୍କ ଉପନାମ ମୋଦି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

Nalco
Leave A Reply