Odisha news

ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଲେ ରାଜ୍ୟପାଳ.

0
ରାହାମା,28/5ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ଗୋରଡ଼ ପଂଚାୟତ ରେ ଥିବା ଗୋରଡ଼ ସରକାରୀ ଉଚ୍ଚାବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି. ଉକ୍ତ ସଭାରେ ଇଂ ପ୍ରଭାକର ସ୍ୱାଇଁ ସଭାପତିତ କରିଥିବାବେଳେ ଆୟୋଜିତ ସଭାରେ ପ୍ରଫେସ୍ୱର ଗୋପାଳ ଚରଣ ବିଶ୍ୱାଳ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ଭାବେ ମହାମହିମ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷିଲାଲ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କର ମହିମା ବକ୍ତବ୍ୟ ମାଧ୍ୟମରେ ପ୍ରତିପାଦିତ କରିବା ସହିତ ଭାରତୀୟ ସଂସ୍କୃତି ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହିମା ଆଜି ସମଗ୍ର ବିଶ୍ୱ କୁ ଦିଗଦର୍ଶନ ଦେଉଛି. ପିତାମାତା ଙ୍କ ପ୍ରତି ଗଭୀର ଭକ୍ତି ଓ ଭଲପାଇବା ଜଣେ ଦକ୍ଷ ମଣିଷ ସୃଷ୍ଟି କରିଥାଏ, ଅନ୍ୟ ଦେଶରେ ପିଲାମାନେ ବନ୍ଧୁକ ଓ ମରଣାସ୍ତ୍ର ହାତରେ ଧରୁଥିବା ବେଳେ ଆମଦେଶର ପିଲା ମାନେ ହାତରେ କାଗଜ ଓ କଲମ ଧରିଥାନ୍ତି. ଶିକ୍ଷା ର ଗୁରୁତ୍ୱ କୁ ଆମଦେଶର ପିଲା ଓ ଅଭିଭାବକ ହୃଦୟ ଙ୍ଗମ କରିଛନ୍ତି. ଚା ବିକୁଥିବା ଲୋକ ଯେଉଁଠି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଏବଂ ଖବରକାଗଜ ବିକୁଥିବା ଲୋକ ଯେଉଁଠି ମିସାଇଲ ମ୍ୟାନ ଅବଦୁଲ କଲାମ ହୋଇପାରନ୍ତି ସେହିଦେଶହେଉଛି ଭାରତ.ଯେଉଁଠି ଚେଷ୍ଟା ଓ ଆନ୍ତରିକତା ରହିଲେ ପିଲାମାନେ ନିଶ୍ଚୟ ଦିନେ ଦେଶର ନାଁ ରଖିପାରିବେବୋଲି ମହାମହିମା ରାଜ୍ୟପାଳ ତାଙ୍କ ବକ୍ତବ୍ୟ ରେ କହିଥିଲେ.
ସାଂସଦ ଡ଼ା ରାଜଶ୍ରୀ ମଲିକ ଯୋଗ ଦେଇ ସ୍ୱାମୀ ବିବେକା ନନ୍ଦଙ୍କ ନୀତି ଆଦର୍ଶ କୁ ପାଥୟ କରି ଚାଲିଲେ ଆଜିର ପିଲାଙ୍କ ଭବିଷ୍ୟତ ଉଜ୍ୱଳମୟ ହେବବୋଲି କହିଥିଲେ,ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ ନିଜ ବକ୍ତବ୍ୟ ରେ ରାଜ୍ୟସରକାର ଙ୍କର ଶିକ୍ଷାନୁଷ୍ଠାନ ରେ ରାଜନୀତି କାରଣକୁ ସମାଲୋଚନା କରିଥିବାବେଳେ ପାରାଦ୍ୱୀପ ବିଧାୟକ ଇଂ ସମ୍ବିତ ରାଉତରାୟ କେନ୍ଦ୍ରସରକାରଙ୍କ ର ଶିକ୍ଷାନୀତିକୁ ସମାଲୋଚନା କରିଥିଲେ ଯାହାକି ସଭାରେ ଉପସ୍ଥିତ ଶ୍ରୋତା ମାନଙ୍କର ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀ ବକ୍ତବ୍ୟରେ ଆଦର୍ଶ ଶିକ୍ଷା ନୀତି ସମ୍ପର୍କ ରେ ଇଂରାଜୀ ରେ ଭାବଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ. ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ପାଣୀ ସମସ୍ତଙ୍କୁ କୃତଜ୍ଞତା ଗ୍ୟାମ୍ପନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ କୁଜଙ୍ଗ ବ୍ଲକ ର ମଣ୍ଡଳ ଉନୟନ ଅଧିକାରୀ, ତହସିଲଦାର ଓ ତିର୍ତୋଲ ଥାନା ଅଧିକାରୀ ଙ୍କ ସମେତ ସ୍ଥାନୀୟ ପ୍ରଶାସନ ଏହି କାର୍ଯ୍ୟ କ୍ରମକୁ ସଫଳ ରୂପାୟନ ରେ ସହ ଯୋଗ କରିଥିବା ଦେଖିବାକୁ ମିଳିଥିଲା
IEC 2 years
Leave A Reply